ବାପାଙ୍କୁ ଅନୁସରଣ କରୁଛନ୍ତି ଚିରାଗ । ଭବିଷ୍ୟବାଣୀ କରି କହିଲେ, ୨୦୨୫ ପର୍ଯ୍ୟନ୍ତ ରହିବ ନାହିଁ ନିତୀଶ ସରକାର

248

କନକ ବ୍ୟୁରୋ : ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଜମୁଇ ସାଂସଦ ଚିରାଗ ପାଶୱାନ ସ୍ୱର୍ଗତ ପିତା ରାମବିଳାଶ ପାଶୱାନଙ୍କ ଭଳି ଭବିଷ୍ୟବାଣୀ କରିବା ଆରମ୍ଭ କରିଦେଇଛନ୍ତି । ସେ ଭବିଷ୍ୟବାଣୀ କରିଛନ୍ତି କି ବିହାରରେ ନିତୀଶ ସରକାର ସମ୍ପୁର୍ଣ୍ଣ କାର୍ଯ୍ୟକାଳ ଯାଏଁ ତିଷ୍ଟି ପାରିବ ନାହିଁ । ଫଳରେ ବିହାରରେ ମଧ୍ୟବତ୍ତିକାଳୀନ ନିର୍ବାଚନ ହେବ ।

ଆଜି ଦଳର ପ୍ରତିଷ୍ଠା ଦିବସରେ ପାର୍ଟିର କାର୍ଯ୍ୟକତ୍ତତାଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଛନ୍ତି ଚିରାଗ । ଏହି ଚିଠିରେ ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି କି ବିହାରର ସମସ୍ତ ୨୪୩ ଆସନ ପାଇଁ ଏବେ ଠାରୁ କାମ ଆରମ୍ଭ କରିଦିଅ । ସମସ୍ତ ଆସନରେ ଭୋଟର ମାନଙ୍କୁ ପାର୍ଟିର ଭିଜନ ବାବଦରେ ବୁଝାଅ । ବିହାର ବିଧାନସଭା ନିର୍ବାଚନ ନିଶ୍ଚିନ୍ତ ଭାବେ ୨୦୨୫ ପୂର୍ବରୁ ହିଁ ହେବ । ଏହାସହ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟିକୁ ମିଳିଥିବା ଭୋଟକୁ ନେଇ ସନ୍ତୋଷ ପ୍ରକାଶ କରିବାକୁ ସେ ଅନୁରୋଧ କରିଛନ୍ତି । ନିର୍ବାଚନ ବେଳେ ଭୋଟରଙ୍କ ଭିଡ ଯେଭଳି ଦେଖା ଦେଇଥିଲା ସେଥିରୁ ସ୍ପଷ୍ଟ ହୋଇଛି କି ଦଳ ଖୁବଶୀଘ୍ର ବିହାରରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ।

ଚିରାଗ କହିଛନ୍ତି କି ଚଳିତ ନିର୍ବାଚନରେ ଦଳକୁ ୨୪ ଲକ୍ଷରୁ ଅଧିକ ଭୋଟ ମିଳିଛି । ଯାହାକି ମୋଟ ଭୋଟରୁ ୬ ପ୍ରତିଶତ । ଯାହା ପାର୍ଟି ପ୍ରତି ଲୋକମାନଙ୍କର ଭରଶାକୁ ପ୍ରମାଣିତ କରିଛି । ଏବେ ବି ପାର୍ଟି ‘ବିହାରୀ ଫାଷ୍ଟ, ବିହାର ଫାଷ୍ଟ’ ନାରା ଉପରେ କୌଣସି ମତଭେଦ ରହିବାକୁ ଦେଇନାହିଁ । ଏହାସହ ନିର୍ବାଚନ ବେଳେ ଅନ୍ୟ ଦଳରୁ ଅନେକ ନେତା ଦଳରେ ସାମିଲ ହୋଇଥିବାରୁ ଦଲ ନିଶ୍ଚିନ୍ତ ଭାବେ ବଳଶାଳୀ ହୋଇଛି   ।

ଚିରାଗ ଏକୁଟିଆ ନିର୍ବାଚନ କାହିଁକି ଲଢିଲେ ସେ ନେଇ ସେ ଉତର ରଖିଛନ୍ତି । ସେ କହିଛନ୍ତି କି ତାଙ୍କ ପାଖରେ ୨ ଟି ବିକଳ୍ପ ଥିଲା । ପ୍ରଥମଟି ଏନଡିଏ ମେଣ୍ଟରେ ରହି କେବଳ ୧୫ ଟି ଆସନରେ ନିର୍ବାଚନ ଲଢିବା କିମ୍ବା ଏନଡିଏ ସହିତ ନଯାଇ ସେମାନଙ୍କ ସହ ବନ୍ଦୁତ୍ୱପୂର୍ଣ୍ଣ ଭାବେ ନିର୍ବାଚନ ଲଢିବା ।