ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।

Advertisment
ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।

କନକ ବ୍ୟୁରୋ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କଲେ ନୀତିଶ କୁମାର । ୯ମ ଥର ପାଇଁ ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ତେବେ ମହାମେଣ୍ଟକୁ ବାଏ ବାଏ କହି ପୁଣିଥରେ ବିଜେପି ସହ ମିଶିଛନ୍ତି ନୀତିଶ କୁମାର ।

ନୀତିଶ କୁମାର ଆଜି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଥିଲେ । ଏହାପରେ କିଛି ସମୟ ପରେ ପୁଣିଥରେ ରାଜଭବନ ଗସ୍ତ କରି ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ବିଜେପି ବିଧାୟକଙ୍କ ସମର୍ଥନରେ ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ଆଉ ଏହାପରେ ଅପରାହ୍ନ ୫ଟାରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତେବେ ନୀତିଶଙ୍କ ସହିତ ବିଜେପିର କିଛି ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe