କନକ ବ୍ୟୁରୋ: ଆଜି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସମ୍ଭବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଜେପିର ମଙ୍ଗଳ ପାଣ୍ଡେ, ନୀତିନ ନବୀନ, ହରି ସାହାନି ଏବଂ ଦିଲ୍ଲୀପ ଜୟସ୍ୱାଲ ମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି । ତେବେ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇନାହିଁ। କିନ୍ତୁ ଶପଥ ନେବାକୁ ଥିବା ନେତାମାନଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଥିବା ଜଣାପଡିଛି ।
ନୂଆ ସରକାର ଗଠନ ହେବାର ପ୍ରାୟ ଦେଢ଼ ମାସ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି। ଜେଡିୟୁ ବିଧାୟକମାନଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବର୍ତ୍ତମାନ ବିଜେପି ନେତାମାନେ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେବାକୁ ଦାବି ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/nitish-kumar-reshuffle.jpg)