କନକ ବ୍ୟୁରୋ: କେନ୍ଦ୍ର୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ହେଲିକପ୍ଟରରେ ଆସି ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଓହ୍ଲାଇଥିଲେ । କାର ଉପରେ ବସି ଘଣ୍ଟାକୁ ୧୫୦ କିମ ବେଗରେ କାର ଚଳାଇଥିଲେ । ଏହାପରେ ଜଣେ କନଷ୍ଟ୍ରକ୍ସନ୍ ଅଧିକାରୀଙ୍କ କାରକୁ ମଧ୍ୟ ଘଣ୍ଟାକୁ ୧୭୦ କିମି ବେଗରେ ଚଳାଇଥିଲେ ଗଡକରୀ ।ମଧ୍ୟପ୍ରଦେଶ ଜାବରା ଠାରେ ଚାଲିଥିବା ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ ୱେ ତିଆରି ଚାଲିଛି । ସଡକର ମାନ ପରୀକ୍ଷା କରିବା ପାଇଁ ଗଡକରୀ ଏପରି ଗାଡି ଚଳାଇଥିବା କହିଛନ୍ତି ।

Advertisment

publive-image
ସୂଚନା ମୁତାବକ, ଏହି ଏକ୍ସପ୍ରେସ୍ ୱେ ହେଲେ ମୁମ୍ବାଇରୁ ଦିଲ୍ଲୀ ଯିବାକୁ ମାତ୍ର ୧୨ ଘଂଟା ଲାଗିବ । ଏଥିପାଇଁ ୯୮,୦୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୧୩୮୦ କତମି ଦୈର୍ଘ୍ୟ ଏହି ସଡକ ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ୍ ୱେ ହେବ । ଏହା ଦେଶର ୬ଟି ଜିଲ୍ଲା ଦିଲ୍ଲୀ, ହରିୟାଣା , ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ର ଦେଇ ଯାଉଛି । ୨୦୨୩ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।