କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ କହିଲେ, ମୁଁ ୟୁଟୁବରୁ ମାସିକ ୪ଲକ୍ଷ ଟଙ୍କା କମାଉଛନ୍ତି । 

407

କନକ ବ୍ୟୁରୋ : ଗତ କିଛିଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ । ରୋଡ ସେଫଟିକୁ ନେଇ ଦେଉଥିବା ବୟାନ ହେଉ କି, କୌଣସି କାର୍ଯ୍ୟକ୍ରମରେ ରାଜନୀତି କାହାଣୀ ହେଉ । ତାଙ୍କର ବୟାନକୁ ନେଇ ସେ ଏବେ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହାରି ମଧ୍ୟରେ ସେ ଆଉ ଏକ କଥାର ଖୁଲାସା ମଧ୍ୟ କରିଛନ୍ତି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନିତିନ କହିଛନ୍ତି ସେ ପ୍ରତିମାସରେ ୟୁଟୁବରୁ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । 

ନିତିନ ଗଡକରୀ ଲୋକଙ୍କୁ ସମ୍ବୋଧୀତ କରି କହିଛନ୍ତି, କରୋନା କାଳରେ ସେ କୁକିଂ ବା ଘରେ ରୋଷେଇ କରିବା ଆରମ୍ଭ କରିଥିଲେ । ସେ ୟୁଟୁବରୁ ଦେଖି ଖାଇବା ବନାଉଥିଲେ । ଏହା ପରେ ସେ ନିଜର ଏକ ୟୁଟୁବ୍ ଚ୍ୟାନେଲ ଖୋଲିଥିଲେ । ଲକଡାଉନ୍ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ଦେଶମାନଙ୍କ ସହ ଭିନ୍ନ ଭିନ୍ନ ଦିଗକୁ ନେଇ ଆଲୋଚନା ହେଉଥିଲା । ଜର୍ମାନୀ, ନ୍ୟୁଜିଲାଣ୍ଡ ଏବଂ ଆମେରିକା ସମେତ ଅନ୍ୟ ବଡ ଦେଶରେ ସେ ଭାଷଣ ଦେଉଥିଲେ । ସେହି ଭିଡିଓକୁ ସେ ୟୁଟୁବରେ ପୋଷ୍ଟ କରୁଥିଲେ । ଯାହାକୁ ଲୋକେ ବେଶ୍ ଆଗ୍ରହର ସହ ଦେଖୁଥିଲେ । ଆଉ ଆଜି ୟୁଟୁବରୁ ନିତିନ୍ ଗଡକରୀ ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।