ଜୋଜିଲା ଟନେଲ : ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

43

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଓ ଲେହ-ଲଦାଖର ଲାଇଫ ଲାଇନ ପାଲଟିବ ଜୋଜିଲା ଟନେଲ । ଜାମ୍ମୁ-କାଶ୍ମୀରର ଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ଏହି ଟନେଲ ଉଭୟ ପ୍ରତିରକ୍ଷା ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସୋନମାର୍ଗ ଓ କାଶ୍ମୀରର ବହୁ ପର୍ଯ୍ୟଟନ ସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । କାରଣ ଶୀତଦିନେ ବର୍ଷର ପ୍ରାୟ ୬ ମାସ ଏହି ଅଂଚଳ ଦେଇ ଯାତାୟତ ସମ୍ଭବ ହେଉନାହିଁ । ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ବିକଳ୍ପ ରାସ୍ତା ବେଶ ସହାୟକ ହେବ । ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମା ନିକଟତର ହୋଇଯିବ ।

ବାଲ୍ଟାଲରୁ ମିନାମାର୍ଗ ପର୍ଯ୍ୟନ୍ତ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ । ଦୁଇ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଦେଢଘଂଟା କମିଯିବ । ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ପହଂଚି ଏହି ଜୋଜିଲା ଟନେଲ କାମର ଅନୁଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ଏହି ଟନେଲ ଉଭୟ ପ୍ରତିରକ୍ଷା ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ।ଧ୍ୟାନ କରିଛନ୍ତି । ଜୋଜିଲା ଟନେଲର ଲମ୍ବ ୧୪. ୧୫ କିଲୋମିଟର । ୯.୫ ମିଟର ଚଉଡା ଓ ଉଚ୍ଚତା ୭.୫୭ ମିଟର । ପ୍ରାୟ ୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ କାମ କରୁଛି ହାଇଦ୍ରାବାଦର ମେଗା ଇଂଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ । ଟନେଲ ନିର୍ମାଣରେ ଅଷ୍ଟ୍ରେଲିଆର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ।