‘ଚୀନରେ ତିଆରି ହେଲେ ଭାରତରେ ଚାଲିପାରିବ ନାହିଁ’ ।ଏଲନ୍ ମସ୍କଙ୍କୁ ନୀତିନ ଗଡକରୀଙ୍କ ପ୍ରସ୍ତାବ

Advertisment
‘ଚୀନରେ ତିଆରି ହେଲେ ଭାରତରେ ଚାଲିପାରିବ ନାହିଁ’ ।ଏଲନ୍ ମସ୍କଙ୍କୁ ନୀତିନ ଗଡକରୀଙ୍କ ପ୍ରସ୍ତାବ

କନକ ବ୍ୟୁରୋ: ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲନ ମସ୍କ ଏବେ ଟ୍ୱିଟରର ମାଲିକ ହୋଇଛନ୍ତି । ଟ୍ୱିଟରକୁ ୪୪ ବିଲିୟନ୍ ଡଲାରରେ କିଣିଛନ୍ତି ଏଲନ୍ ମସ୍କ । ଏହା ମଧ୍ୟରେ ଏକ କର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏଲନ୍ ମସ୍କଙ୍କୁ ଏକ ଅଫର ଦେଇଛନ୍ତି । ଭାରତରେ ଟେସଲା ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ‘ଯଦି ଏଲନ୍ ମସ୍କ ଭାରତରେ ଟେସଲା ଉତ୍ପାଦନ କରନ୍ତି ତେବେ ଆମ ପାଖରେ ସବୁ କ୍ଷମତା ଏବଂ ଟେକ୍ନୋଲୋଜି ଅଛି । କିନ୍ତୁ ଯଦି ସେ ଚୀନରେ ଏହାର ଉତ୍ପାଦନ କରି ଭାରତରେ ବିକ୍ରି କରିବେ ତାହା ସମ୍ଭବ ନୁହେଁ’ ।

ଭାରତ ଏବେ ଏକ ବଡ ବଜାର । ଏଠାରେ ପର୍ଯ୍ୟାପ୍ତ ବନ୍ଦର ମଧ୍ୟ ରହିଛି । ତେଣୁ ଭାରତରୁ ସହଜରେ ରପ୍ତନୀ କରିପାରିବେ । ତେଣୁ ମେଡ ଇନ୍ ଚାଇନାର ସମ୍ଭାବନାକୁ ଖାରଜ କରିଛନ୍ତି ନୀତିନ । ସୂଚନା ମୁତାବକ, ଦୁନିଅାଁର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଇଲେକ୍ଟିକ୍ କମ୍ପାନୀ ଟେସଲା ଦୀର୍ଘ ଦିନରୁ ଭାରତୀୟ ବଜାରରେ ପ୍ରବେଶ କରିବା ଅପେକ୍ଷାରେ ରହିଛି । କମ୍ପାନୀ ଭାରତ ସରକାରଙ୍କ ଠାରୁ ଟିକସରେ ରିହାତି ପାଇଁ ଦାବି କରୁଛି । କିନ୍ତୁ ଭାରତ ସରକାର ଏହାକୁ ଅଗ୍ରାହ୍ୟ କରି ଆସୁଛନ୍ତି । କିନ୍ତୁ ଭାରତ ଚାହୁଁଛି ମସ୍କ ଭାରତରେ ହିଁ ଏହାର ଉତ୍ପାଦନ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe