ରାଜ୍ୟସଭାରେ ପରିବହନ ମନ୍ତ୍ରୀଙ୍କ ବୟାନ, ଦେଶରେ ୩୦ ପ୍ରତିଶତ ଡ୍ରାଇଭିଙ୍ଗ ଲାଇସେନ୍ସ ନକଲି

264

ପରିବହନ ମନ୍ତ୍ରୀ ନିତିନ ଗଡକରୀ ରାଜ୍ୟସଭାରେ ବୟାନ ଦେଇଛନ୍ତି କି, ଦେଶର ୩୦ ପ୍ରତିଶତ ଡ୍ରାଇଭିଙ୍ଗ ଲାଇସେନ୍ସ ନକଲି । ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ନ୍ୟାସନାଲ ହାଇୱେରେ ସଡକ ଦୁର୍ଘଟଣା ପ୍ରସଙ୍ଗରେ ନିତିନ ଗଡକରୀ ଏହି ବୟାନ ଦେଇଛନ୍ତି । ନିତିନ ଗଡକରୀ କହିଛନ୍ତି କି, ସରକାର ଗତ ୧ବର୍ଷରୁ ସଂସଦରେ ମୋଟର ବାହନ ଆମେଣ୍ଡମେଣ୍ଟ ବିଲ ନେଇ ଆସୁଛି କିନ୍ତୁ ତାହା ପାସ ହୋଇପାରୁନି । ନିତିନ ଗଡକରୀ ସଡକ ଦୁର୍ଘଟଣା ପାଇଁ ବାହନର ଟାୟାରର ଖରାପ କ୍ୱାଲିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିନ ଉତ୍ତର ପ୍ରଦେଶରେ ଏକ ବଡ ସଡକ ଦୁର୍ଘଟଣାରେ ୨୯ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଲଖନଉରୁ ଦିଲ୍ଲୀ ଆସୁଥିବା ଉତ୍ତର ପ୍ରଦେଶ ପରିବହନର ବସ ଆଗ୍ରା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଦ୍ରୁତ ଗତିରେ ଆସୁଥିବା ବସ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଯାଇଥିଲା । ଏହି ଦୁର୍ଘଟଣାରେ ଅନେକ ଆହତ ବି ଅଛନ୍ତି, ଯାହାଙ୍କ ଉପଚାର ଚାଲିଛି ।