କନକ ବ୍ୟୁରୋ: ପୁଣି ସାଧାରଣ ଲୋକଙ୍କ ଉପରେ  ହୋଇଛି ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହିଁ ତୈଳ ବୃଦ୍ଧିର କାରଣ  ।ଏହା କହିବା ସହ ଏହି ବର୍ଦ୍ଧିତ ଦରକୁ କମାଇବା ଭାରତ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଗଡକରୀ କହିଛନ୍ତି ।
Advertisment
ଭାରତ କେବଳ ଋଷରୁ ୮୦ ପ୍ରତିଶତ ତୈଳ ଆମଦାନୀ କରିଥାଏ । ହେଲେ ଋଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଋଷରୁ ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇଛି । ୨୦୦୪ରୁ ଭାରତ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଉଛି । ତେଣୁ ଏବେକା ସ୍ଥିତିରେ ସ୍ୱଦେଶୀ ଶକ୍ତି ଉତ୍ପାଦନ ଉପରେ ଗରୁତ୍ୱ ଦେବା ସହ ଦେଶ ମଧ୍ୟରେ ତୈଳ ଉତ୍ପାଦନ ବୃଦ୍ଧି କୁ ଗୁରୁତ୍ୱ ଦେବାର ସମୟ ଆସିଛି ।
ତେବେ ଆଗାମୀ ୨୦ ଦିନ ଯାଏଁ ତୈଳ ଦର ଏପରି ବଢିପାରେ ବୋଲି କହିଛନ୍ତି ରାଜ୍ୟ ପେେଟ୍ରୋଲିୟମ ଡିଲର ଆସୋସିଏସନର ସମ୍ପାଦକ ।ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୮୯ଟଙ୍କା ୮୭ ପଇସା ଏବଂ ପେଟ୍ରୋଲ୍ ଲିଟର୍ ପିଛା ୯୮ଟଙ୍କା ୬୧ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୭ଟଙ୍କା ୫୫ପଇସା ରହିଛି।