କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ, ଦିଲ୍ଲୀ ସରକାରୀ ବାସଭବନକୁ ଆସିଲା ଧମକପୂର୍ଣ୍ଣ କଲ

221

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ସୋମବାର ରାତିରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଛି ଧମକ । ନିତିନ୍ଙ୍କ ଘରକୁ ଏକ ଫୋନ୍ କଲ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଘଟଣାର ଯାଂଚ କରୁଛି । ପୂର୍ବରୁ ମଧ୍ୟ ନିତିନ୍ ଗଡକରୀଙ୍କୁ ଦୁଇଥର ଧମକପୂର୍ଣ୍ଣ କଲ୍ ଆସିଛି । ପ୍ରଥମଥର ଚଳିତବର୍ଷ ଜାନୁୟାରୀ ୧୪ରେ ଆସିଥିବା ବେଳେ ଦ୍ୱିତୀୟ ଥର ମାର୍ଚ୍ଚ ୨୧ରେ ମିଳିଥିଲା ଧମକ । ଜୟେଶ ପୂଜାରୀ ନାମକ ବ୍ୟକ୍ତି ନାଗପୁରରୁ ଏହି କଲ୍ କରିଥିଲେ । ଏବେ ପୁଣି ଥରେ ହତ୍ୟା ଧମକ ମିଳିବା ପରେ ଘଟଣାର ଯାଂଚ କରୁଛି ଦିଳ୍ଲୀ ପୋଲିସ ।