କନକ ବ୍ୟୁରୋ: ବରିଷ୍ଠ ନେତାଙ୍କର ଦଳୀୟ ସ୍ଥିତି ବିଷୟରେ ଆଲୋଚନା କରୁ କରୁ ଭାବବିହ୍ୱଳ ହେଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କହିଲେ ଭଲ କାମ କରୁଥିବା ବ୍ୟକ୍ତିଙ୍କଚ କୌଣସି ଦଳ ସମ୍ମାନ ଦିଏନାହିଁ ।
କାହାରି ନାଁ ନନେଇ ଗଡକରୀ କହିଲେ, ‘ମୁଁ ସବୁବେଳେ ମଜାକରେ କୁହେ ଯେ ଦେଶରେ ଯେକୌଣସି ଦଳର ସରକାର ହେଉନା କାହିଁକି କିନ୍ତୁ ଗୋଟେ କଥା ନିଶ୍ଚିତ ଏଠି ଭଲ କାମ କରୁଥିବା ନେତା , ମନ୍ତ୍ରୀଙ୍କୁ କୌଣସି ଦଳ ସମ୍ମାନ ଦିଏନାହିଁ । ଆଉ ଯିଏ ଖରାପ କାମ କରେ ତା ବିରୋଧରେ କୌଣସି ପଦକ୍ଷେପ ନିଆଯାଏନାହିଁ’ । ଲୋକମତ ମିଡିଆ ସମୂହ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରୁଥିବା ବେଳେ ଏକଥା କହି ଭାବବିହ୍ୱଳ ହୋଇପଡିଥିଲେ ନୀତିନ ଗଡକରୀ ।
ଏବେବି ଅନେକ ରାଜନୀତିଜ୍ଞ ଅଛନ୍ତି ଯେଉଁମାନେ ନିଜ ମତରେ ଦୃଢ ଅଛନ୍ତି । ସେମାନେ ନିଜ ଆଦର୍ଶ ସହ ସାଲିସ୍ କରିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଅବଶୋସ୍ ସେମାନଙ୍କ ସଂଖ୍ୟା ଧିରେ ଧିରେ କମିଯାଉଛି । ସେମାନଙ୍କୁ କୌଣସି ଦଳରେ ସ୍ଥାନ ମିଳିବା ବି କଷ୍ଟକର ହୋଇପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/6-8.jpg)