ଦେଶର ଅନେକ ରାଜ୍ୟରେ ନୂଆ ମଟର ଯାନ ଆଇନ୍ କୁ ନେଇ ଲାଗୁ ହୋଇଥିବା ନିୟମରେ କଟୁଥିବା ଚାଲାଣକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଲୋକଙ୍କ ମଧ୍ୟରେ କେତେବେଳେ ଡର ତ ଆଉ କେତେବେଳେ ଦ୍ୱେଷର ଝଲକ ଦେଖିବାକୁ ମିଳିଲା । ଏହି ନିୟମକୁ ନେଇ ଅନେକ ଗୁଜବ ମଧ୍ୟ ଉଡିଲା । କିନ୍ତୁ ଲୋକଙ୍କ ମନରୁ ଏ ସବୁ ଡରକୁ ଦୂରେଇବା ପାଇଁ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡକରୀ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରାଇ କହିଛନ୍ତି ଯେ ନୂଆ ମଟର ଆକ୍ଟ ଅନୁସାରେ କେଉଁ କେଉଁ ନିୟମକୁ ମାନିଲେ ଚାଲାଣ କଟିବ ନାହିଁ । ନିତିନ୍ ଗଡକରୀଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଗୁଜବରୁ ସାବଧାନ ରହିବାକୁ ମଧ୍ୟ କୁହାଯାଇଛି । ନୂଆ ଆଇନରେ ଏହି ସବୁ କାରଣ ପାଇଁ କଟେ ନାହିଁ ଚାଲାଣ ।
अफवाहों से सावधान...!#TrafficFines#MotorVehicleActpic.twitter.com/vd2gLu72i3
— Office Of Nitin Gadkari (@OfficeOfNG) September 25, 2019
- ହାଫ୍ ସାର୍ଟ ପିନ୍ଧି ଗାଡି ଚଲାଇଲେ ।
- ଲୁଙ୍ଗି,ବାନିୟାନ୍ ପିନ୍ଧି ଗାଡି ଚଲାଇଲେ ।
- ଗାଡିର କାଚ ଅସନା ହୋଇଥିଲେ ।
- ଗାଡିରେ ଏକ୍ସଟ୍ରା ବଲବ୍ ନଥିଲେ ।
- ଚପଲ ପିନ୍ଧି ଗାଡି ଚଲାଇଲେ ।
ତେବେ ଏହା ପୂର୍ବରୁ ଏଭଳି ଖବର ଭାଇରାଲ୍ ହେଉଥିଲା ଯେ ହାଫ୍ ସାର୍ଟ , ଲୁଙ୍ଗି /ବାନିୟାନ୍ କିମ୍ବା ଚପଲ ପିନ୍ଧି ଗାଡି ଚଲାଇଲେ ଚାଲାଣ କଟିବ କିନ୍ତୁ ଏହା ସମ୍ପୁର୍ଣ୍ଣ ରୁପେ ଗୁଜବ । ନିତିନ୍ ଗଡକରୀ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ଏହାପୂର୍ବରୁ ନିତିନ୍ ଗଡକରୀ ଜରୁରୀ ଦସ୍ତାବିଜକୁ ରଖିବା ଜ୍ଞଚବକ୍ସସଙ୍ଖବଷବଦ୍ଭ ବକ୍ଟ୍ରକ୍ଟ୍ର ଡାଉନଲୋଡ୍ କରି ସେଥିରେ ରଖିବା ପାଇଁ କହିଥିଲେ । ଯେଭଳି ଚେକିଙ୍ଗ୍ ସମୟରେ ଚାଳକ ଆପ୍ ଖୋଲି ଡିଏଲ୍ , ଆରସି , ବୀମା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଦେଖାଇପାରିବେ ।