କାର ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ : ୬ଟି ଏୟାର ବ୍ୟାଗ ବାଧ୍ୟତାମୂଳକ କରିବା ସପକ୍ଷରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ; ଆଗାମୀ ବର୍ଷ ଏପ୍ରିଲରୁ ହୋଇପାରେ ଲାଗୁ

165

କନକ ବ୍ୟୁରୋ : କାରରେ ୬ ଏୟାରବେଗ୍ ହୋଇପାରେ ବାଧ୍ୟତାମୂଳକ । ଯାତ୍ରୀଙ୍କ ସୁରକ୍ଷା ପାଇଁ ୬ ଏୟାରବେଗ୍ ବାଧ୍ୟତାମୂଳକ କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ । ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ସେ ଏୟାର ବ୍ୟାଗ ବାଧ୍ୟତାମୂଳକ କରିବା ବିଷୟରେ କହିଥିଲେ । ଦେଶରେ ଫ୍ଲେକ୍ସ-ଫୁଏଲ୍ ଗାଡି ତିଆରି କରିବା ପାଇଁ ବ୍ୟବସ୍ଥା କରିବା ଉପରେ ଗଡକରୀ ଜୋଇ ଦେଇଥିଲେ । ଏହି ଗାଡି ଗୁଡିକରେ ଇଥାଲନ୍ ମିଶା ଇନ୍ଧନ ଓ ପ୍ରୋଟୋକଲ କିମ୍ବା ଡିଜେଲ ବ୍ୟବହାର କରିବାର ବିକଳ୍ପ ରହିବ । ଗ୍ରାହକମାନେ ନିଜକୁ ସୁହାଇବା ଭଳି ତେଲ ପକାଇ ସେହି ଗାଡିକୁ ଚଲାଇପାରିବେ ।