କନକ ବ୍ୟୁରୋ : ଦେଶର ଟ୍ରକ୍ ଚାଳକଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଲାଗୁ ହେବାକୁ ଯାଉଥିବା ନିୟମ ଦେଶର ସମସ୍ତ ଟ୍ରକ୍ ଚାଳକଙ୍କୁ ଆଶ୍ୱସ୍ତି ଦେବ ନିଶ୍ଚୟ । ୨୦୨୫ରୁ ସମସ୍ତ ଟ୍ରକରେ ଏସି ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ।

Advertisment

ଟ୍ରକ୍ ଚାଳକ ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଡ୍ରିଇଭିଂ ସିଟରେ ବିତାଇଥାନ୍ତି । ଖରା ହେଉଛି କି ବର୍ଷା । ଟ୍ରକ୍ ଚାଳକଙ୍କ ଅଧିକାଂଶ ସମୟ ଟ୍ରକରେ ହିଁ ବିତିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପରିବହନ ମନ୍ତ୍ରୀ ଆସନ୍ତା ୨୦୨୫ରୁ ସବୁ ଟ୍ରକ୍ କ୍ୟାବିନରେ ଏସି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ୱସ୍ତି ମିଳିବ । ଏବଂ ଦୁର୍ଘଟଣା ବି କମିବ ବୋଲି ଗଡକରୀ କହିଛନ୍ତି ।

ତେବେ ୨୦୧୬ରେ ପରିବହନ ମନ୍ତ୍ରାଳୟ ପ୍ରଥମଥର ପାଇଁ ଏହି ପ୍ରସ୍ତାବ ଦେଇଥିଲା । ନିତିନ୍ ଗଡକରୀ କହିଥିଲେ, ଅନ୍ୟ ଦେଶରେ ଟ୍ରକ୍ ଚାଳକଙ୍କ ଡ୍ୟୁଟି ସମୟସୀମା ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଆମ ଦେଶର ଟ୍ରକ୍ ଚାଳକ ପ୍ରତିଦିନ ୧୨ରୁ ୧୪ଘଣ୍ଟା ଟ୍ରକରେ ବିତାଉଛନ୍ତି । ୪୩ରୁ ୪୭ ଡିଗ୍ରୀ ଖରାରେ ବି ଗାଡି ଚଲାଇଥାନ୍ତି । ତେଣୁ ଆମ ଦେଶର ଡ୍ରାଇଭରଙ୍କ କଥା ଆମେ ଚିନ୍ତା କରିବା ନିହାତି ଆବଶ୍ୟକ ରହିଛି ।