“ନ୍ୟାୟ ସ୍କିମ୍” ଉପରେ ମତ ରଖିଲେ ନୀତି ଆୟୋଗ ଉପାଧ୍ୟକ୍ଷ ! ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଆକାଶରୁ ଜହ୍ନ ଆଣିଦେବା ପ୍ରତିଶୃତି ମଧ୍ୟ ଦେଇଦିଏ ।

193

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି କଂଗ୍ରେସ ଦଳ ବହୁମତରେ ଜିତି ଶାସକ ଦଳକୁ ଆସୁଛି ତେବେ ଦେଶର ୨୦ ପ୍ରତିଶତ ତଥା ୫ କୋଟି ଗରିବଙ୍କୁ ପ୍ରତିମାସ ୬୦୦୦ ଟଙ୍କା ଦିଆଯିବ । କଂଗ୍ରେସ ଏହାକୁ ନ୍ୟାୟ ତଥା ନ୍ୟୁନତମ ଆୟ ଯୋଜନା ନାମ ଦେଇଛି । ତେବେ ଏହାକୁ ବିଜେପି ଫମ୍ପା ଯୋଜନାର ନାଁ ଦେଇଛି ।

ସୋମବାର କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ଘୋଷଣା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ବିଷୟ ଉପରେ ନିଜର ଟିପପ୍ପଣୀ ରଖିଥିଲେ । ରାଜୀବ କହିଥିଲେ ଏହି ଯୋଜନା କେବେ ବି ଲାଗୁ ହେବନାହିଁ । ସେ ଟ୍ୱିଟ୍ କରି କହିଥିଲେ,ଏହା ସତ ଯେ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ପୂର୍ବରୁ ମଧ୍ୟ ଜନତାଙ୍କୁ ଜହ୍ନ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲା । କଂଗ୍ରେସ ଅଧ୍ୟକ୍ଷ ଯେଉଁ ସ୍କିମ୍ କଥା କହୁଛନ୍ତି ସେଥିରେ ରାଜକୋଷ ଅନୁଶାସନକୁ ଭାଙ୍ଗିଥାଏ । ଏଥିରେ କାମ ନ କରିବାର ପ୍ରଚଳନ ବଢିଥାଏ । ଏହି ସ୍କିମ୍ କେବେ ବି ଲାଗୁ ହେବନାହିଁ । ରାଜୀବ କୁମାର କହିଛନ୍ତି ମିନିମମ୍ ଇନକମ୍ ଗ୍ୟାରେଣ୍ଟୀ ସ୍କିମ୍ ଜିଡିପିର ୨ ପ୍ରତିଶତ ଏବଂ ମୋଟ ବଜେଟର ୧୩ ପ୍ରତିଶତ ହେବ । ଏଥିରେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । କଂଗ୍ରେସ ପାର୍ଟି ୧୯୭୧ ମସିହାରେ ଗରିବି ହଟାଓ,୨୦୦୮ ରେ ଓଆରଓପି,୨୦୧୩ ରେ ନିର୍ବାଚନ ଜିତିବା ପାଇଁ ଫୁଡ୍ ସିକ୍ୟୁରିଟି ବିଲର ଘୋଷଣା କରିଥିଲେ ମଧ୍ୟ ପୁରଣ କରିପାରି ନଥିଲେ । ଏହି ନ୍ୟାୟ ସ୍କିମ୍ ମଧ୍ୟ ସେଭଳି ଭାବେ ଫୁଶ୍ ହେବ ।

ଅନ୍ୟପକ୍ଷରେ ମଙ୍ଗଳବାର କଂଗ୍ରେସ ଏହି ସ୍କିମ୍ କୁ ନେଇ ଆଉ ଏକ ଘୋଷଣା କରିଛି ଯେଉଁଥିରେ ପ୍ରତ୍ୟେକ ଘରର ମହିଳାଙ୍କ ଖାତାକୁ ୭୨,୦୦୦ ଟଙ୍କା ଯିବ । ରାହୁଲ ପ୍ରଶ୍ନ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏହା କୁହନ୍ତୁ ଯେ ସେ ଏହି ସ୍କିମ୍ ସପକ୍ଷରେ ନା ବିପକ୍ଷରେ ।