କନକ ବ୍ୟୁରୋ : ନୀତି ଆୟୋଗଙ୍କ ପକ୍ଷରୁ ଜାରି ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ: ୨୦୨୩’ ଅନୁସାରେ ଦେଶରେ ୫ ବର୍ଷରେ ଦାରିଦ୍ର୍ୟ ହ୍ରାସ ପାଇଛି । ରିପୋର୍ଟ ଅନୁସାରେ,

Advertisment

ଦେଶରେ ୧୩,୫ କୋଟି ଲୋକ ଦାରିଦ୍ର୍ୟ ରାକ୍ଷସ କବଳରୁ ମୁକ୍ତି ପାଇଛନ୍ତି ।   

ଓଡିଶାରେ ୬୨ ଲକ୍ଷ ୮୫୨ ଜଣ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି

ଓଡିଶାରେ ଦାରିଦ୍ର୍ୟ ହାର  ୨୯.୩୪%  ୧୫.୮୬%  କମିଛି

ଗ୍ରାମାଂଚଳରେ ଦାରିଦ୍ର୍ୟ ହାର ୩୨.୬୪%ରୁ ୧୭.୭୨% ହୋଇଛି

ସହରାଞ୍ଚଳରେ ୧୨.୩୨%ରୁ ୫.୪୨%କୁ କମିଛି ଦାରିଦ୍ର୍ୟ

୧୨ଟି ବିଭିନ୍ନ ଇଣ୍ଡିକେଟରକୁ ନେଇ ରିପୋର୍ଟ ପ୍ରକାଶ କରିଛି  ନୀତି ଆୟୋଗ । ରିପୋର୍ଟ ଅନୁସାରେ ୨୦୧୫-୧୬ ତୁଳନାରେ ୨୦୧୯-୨୦୨୦ରେ ରାଜ୍ୟର ସବୁ ଜିଲ୍ଲାରେ ଦାରିଦ୍ର୍ୟ କମିଛି।

ଜିଲ୍ଲା                 ଦାରିଦ୍ର୍ୟହାର

ମାଲକାନଗିରି        ୪୫.୦୧%

ରାୟଗଡା            ୩୪.୦୩%

କୋରାପୁଟ           ୩୩.୫୪%

ନବରଙ୍ଗପୁର          ୩୩.୪୫%

ପୁରୀ                    ୩.୨୯%

ଖୋର୍ଦ୍ଧା                   ୩.୯୫%

କଟକ                  ୬.୩୧%

ଗଞ୍ଜାମ                 ୬.୩୧% ଦାରିଦ୍ର୍ୟହାର ରହିଛି । 

ନୀତିଆୟୋଗଙ୍କ ଏହି ରିପୋର୍ଟ ପରେ ରାଜନୀତି ଜୋର ଧରିଛି । ବିରୋଧୀ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିବାବେଳେ ବିଜେଡି କହିଛି ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଅନେକ ପଦକ୍ଷେପ ନେଇଛି ।

ପୁରୀ, କଟକ, ଖୋର୍ଧା , ଗଞ୍ଜାମ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା ଓ ସମ୍ବଲପୁର ଭଳି ଜିଲ୍ଲାରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତକୁ କମ ରହିଛି । ଆଉ ଯେଉଁ ଜିଲ୍ଲାଗୁଡିକରେ ଦାରିଦ୍ର୍ୟ ହାର ୨ ଅଙ୍କ ରହିଛି ସେ ଉପରେ ଗୁରୁତ୍ୱର ସହ ବିଚାର କରିବା ସମୟ ଆସିଛି ବୋଲି ଅନେକ ମତ ଦେଇଛନ୍ତି ।