ଟିକାକରଣ ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି: ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଲେ; ୩ହଜାର ସ୍ଥାନରେ ଗୋଟିଏ ଦିନରେ ଦିଆଯିବ ୩ ଲକ୍ଷ ଟିକା

ମେଗା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

58

କନକ ବ୍ୟୁରୋ: ପ୍ରଥମ ଦିନରେ ୩ଲକ୍ଷଙ୍କୁ ଟିକା । ଜାନୁଆରୀ ୧୬ରେ ପ୍ରଥମ ଦିନ ଦିଆଯିବ ୩ଲକ୍ଷ ଲୋକଙ୍କୁ ଟିକା । ନୀତି ଆୟୋଗ ସଦସ୍ୟ ଭି.କେ ପଲଙ୍କ ସୁଚନା । ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ପରେ ଟିକାକରଣ କେନ୍ଦ୍ର ୩ହଜାର କେନ୍ଦ୍ରରୁ ୫ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ମୋଦି ଟିକାକରଣର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥାହେବେ । ଦେଶରେ ୧୨ଟି ସହରେ ଦେଶୀ କୋଭାକ୍ସନ୍ ଟିକା ଦିଆଯିବ । ଅନ୍ୟ ସବୁ କେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯିବ ।

ଅନ୍ୟପଟେ, ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ । ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାି ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।

ତେବେ ଟିକାକରଣ ପାଇଁ ଆଜି ଏସଏମଏସ ଯିବ । ପଂଜୀକୃତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କେତେବେଳେ କେଉଁଠି ଟିକା ନେବେ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଚିଂଛି ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜିରୋ ଷ୍ଟ୍ରାଟେଜି ଉପରେ ଫୋକସ ଦିଆଯିବ । ପ୍ରଥମ ଡୋଜ ନେବାର ୪୨ ଦିନ ଓ ଦ୍ୱିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।