ବହୁ ଚର୍ଚ୍ଚିତ ନିଠାରୀ ହତ୍ୟା ମାମଲା : ସିବିଆଇକୁ ଭର୍ତ୍ସନା କଲେ ଆହ୍ଲାବାଦ ହାଇକୋର୍ଟ; ମାମଲାର ତଦନ୍ତ ସଠିତ୍ ଭାବେ କରାଯାଇନଥିବା କହି କଲେ ନିନ୍ଦା

89

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ସଠିକ୍ ଭାବେ କରିନଥିବାରୁ ସିବିଆଇ ଉପରେ ବର୍ଷିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଭଳି ବର୍ବର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ସଠିକ୍ ଭାବେ ନକରିବା ଅର୍ଥ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ସହ ସମାନ । ଦିଲ୍ଲୀକୁ ଲାଗି ରହିଥିବା ନଏଡାରେ ଛୋଟ ପିଲାଙ୍କ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ।

ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ସୁରେନ୍ଦର କୋଲି ଓ ମନିନ୍ଦର ପଣ୍ଡେର ଫାଶୀଦଣ୍ଡରୁ ବର୍ତି ଯାଇଛନ୍ତି । ୨୦୦୬ ମସିହାରେ ନିଠାରୀ ଗାଁ, ଘର ନମ୍ବର -୫ରୁ କିଛି ନରକଙ୍କାଳ ମିଳିଥିଲା । ନଏଡା ଓ ଏହାର ଆଖପାଖର କୁନି କୁନି ପିଲାଙ୍କୁ ଅପହରଣ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା କରୁଥିଲେ ଦୁଇ ଅଭିଯୁକ୍ତ । ଘଟଣାଟି ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ପିଲାଙ୍କ ହତ୍ୟା କରି ସେମାନଙ୍କ ମୃତ ଦେହ ସହ ଦୁଷ୍କର୍ମ ଓ ମଣିଷ ମାଂସ ଖାଇବା କଥାକୁ ସ୍ୱିକାର କରିଛି ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରର କୋଲି ।

ତେବେ ଏହି ମାମଲା ପଛରେ ମାନବ ଅଙ୍ଗ ଚାଲାଣ ରାକେଟ୍ ଥିବା ଆଶଙ୍କା ପ୍ରକଟ କରିିଥିଲେ ହାଇକୋର୍ଟ । ଆଉ ସିବିଆଇ ଏହାର ତଦନ୍ତ ଖାମଖିଆଲି ଭାବେ କରିଥିବାରୁ ଏହାକୁ ନେଇ କୋର୍ଟ ବର୍ଷିଛନ୍ତି । ନିଠାରୀ ହତ୍ୟା ମାମଲାରେ ମୋଟ ୧୨ ମାମଲା ଦାୟର ହୋଇଥିଲା । ଏଥିରୁ ଦୁଇଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି ଅଭିଯୁକ୍ତ କୋଲି ଓ ପଣ୍ଡେର । ଏହାସହ ଦୁହିଁଙ୍କ ବିରୋଧରେ ଫାଶୀଦଣ୍ଡାଦେଶ ଉପରେ ମଧ୍ୟ ରୋକ ଲଗାଯାଇଛି ।