ପୂଜା ପାଠ ସାଙ୍ଗକୁ ମଥାରେ ତିଳକ । ପ୍ୟାଭିଲିୟନରେ ବସି ଏମିତି ମୁମ୍ବାଇର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ ମାଲିକାଣୀ ନିତା ଅମ୍ବାନି, ଦେଖନ୍ତୁ ଭିଡିଓ ।

532

ଚେନ୍ନାଇକୁ ଫାଇନାଲ ଫାଇଟରେ ମାତ୍ ଦେଇ ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକର ମୁକାବିଲାରେ ୧ ରନରେ ଧୋନୀ ବାହିନୀକୁ ମାତ୍ ଦେଇ ରୋହିତ ବ୍ରିିଗେଡ ଚାମ୍ପିୟନ ହୋଇଛି । ଶେଷ ଓଭରର ଶେଷ ବଲ ରୋମାଞ୍ଚ ଭରି ରହିଥିବା ଏହି ମ୍ୟାଚରେ କିଏ ଜିତିବ କିଏ ହାରିବ ତାହା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସସପେନ୍ସ ଘେରରେ ରହିଥିଲା । ଖେଳାଳିଙ୍କ ଠାରୁ ଅଧିକ ଚିନ୍ତିତ ଜଣାପଡୁଥିଲେ ଷ୍ଟାଡିୟମରେ ଥିବା ଫ୍ୟାନ ଓ ଟିଭି ଆଗରେ ବସିଥିବା ଦର୍ଶକ ।

ଏମାନଙ୍କ ଠାରୁ କିନ୍ତୁ ଅଧିକ ଚିନ୍ତିତ ତଥା ବିବ୍ରତ ଥିଲେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣି ନୀତା ଅମ୍ବାନି । ପ୍ୟାଭିଲିୟନରେ ବସିଥିବା ନୀତା ଅମ୍ବାନି ଚେନ୍ନାଇ ସୁପର କିଙ୍ଗସର ପ୍ରତି ସଟରେ ଚିନ୍ତିତ ହୋଇପଡୁଥିଲେ । ମ୍ୟାଚ ଏଭଳି ସ୍ଥିତିରେ ରହିଥିଲା ଯେ, ଶେଷ ପର୍ଯ୍ୟନ୍ତ କିଏ ବିଜୟୀ ହେବ ତାହା କହିବା ମୁସ୍କିଲ ଥିଲା । ପ୍ରତି ବଲରେ ମ୍ୟାଚର ମୋଡ ବଦଳୁଥିଲା । ଆଉ ଏଭଳି ସମୟରେ ପ୍ରତି ବଲ ପଡିବା ପୂର୍ବରୁ ନୀତା ଅମ୍ବାନିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ଯଦି ସବୁଠୁ ଅଧିକ ପ୍ରାର୍ଥନା କିଏ କରିଥାଏ ତେବେ ସେହି ତାଲିକାର ଶୀର୍ଷରେ ରହିବେ ଦଳର ମାଲିକାଣୀ ନୀତା ଅମ୍ବାନି । ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ପ୍ରତି ବଲ ପଡିବା ପୂର୍ବରୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ନୀତା ଅମ୍ବାନିଙ୍କୁ ମନ୍ତ୍ର ଜପୁଥିବାର ଦେଖିବାକୁ ମିଳିଥିଲା । ଭଗବାନ ବିଶ୍ୱାସି ନୀତା ଅମ୍ବାନି ମଥାରେ ଟୀକା ଲଗାଇବା ସହ ବାରମ୍ବାର ମନ୍ତ୍ର ଜପ କରୁଥିବାର ଭିଡିଓ ଭାଇରାଲ ହୋଇଛି ।

ଶେଷ ଓଭରର ଶେଷ ବଲ ପଡିବା ସହ ମୁମ୍ବାଇ ଇଣ୍ଡିଆନ୍ସର ଶିବିର ଉତ୍ସାହିତ ହୋଇପଡିଥିଲା । ବୋଧହୁଏ ଭଗବାନ ନୀତାଙ୍କ ପ୍ରାର୍ଥନା ଶୁଣିଥିଲେ । ଆଉ ୧ ରନର ରୋମାଞ୍ଚକର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ନୀତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ କିଛି ୟୁଜର୍ସ ଲେଖିଛନ୍ତି, ନୀତାଙ୍କୁ ଆଗାମୀ ବିଶ୍ୱକପ କ୍ରିକେଟରେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଏମିତି ମନ୍ତ୍ର ଜପ କରିବା ଆବଶ୍ୟକ ।