କନକ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଛି ରାଜ୍ୟର କରୋନା ମୃତ୍ୟୁ ମାମଲା । ରାଜ୍ୟରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏହାର ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ବିଭିନ୍ନ ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଥିବା ବେଳେ କେତେ ଲୋକ ଏହି ମହାମାରୀରେ ଆଖି ବୁଝିଛନ୍ତି ତାହାର ଅଡିଟ୍ କରାଯାଉ । ଏଭଳି କିଛି ଆବେଦନ କରି ପିଟିସନରେ ମୁଖ୍ୟ ଶାସନ ସଚିବଙ୍କ ସହ ୭ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ଏହାସହ ରାଜ୍ୟରେ ଟିକାକରଣ ଓ ଟେଷ୍ଟିଂକୁ ତ୍ୱରାନ୍ୱିତ କରିବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି ।
ହାଇକୋର୍ଟରେ ରାଜ୍ୟ କରୋନା ମୃତ୍ୟୁକୁ ନେଇ ଜନସ୍ୱାର୍ଥ ମାମଲା । କରୋନା ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ପାଇଁ ଆବେଦନ କଲେ ଆଇନଜୀବୀ ନିଶିକାନ୍ତ ମିଶ୍ର । ପିଟିସନରେ ମୁଖ୍ୟ ଶାସନ ସଚିବଙ୍କ ସହ ୭ ଜଣଙ୍କୁ କରିଛନ୍ତି ପକ୍ଷଭୁକ୍ତ । #CovidDeath#Odisha#MaskUpOdishapic.twitter.com/XRsjplvOwz
— Kanak News (@kanak_news) June 18, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/28-6.jpg)