କନକ ବ୍ୟୁରୋ: ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ରୌପ୍ୟ ପଦକ ଜିତିବା ସହ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ଏବେସୁଦ୍ଧା ୨ରେ ପହଞ୍ଚିଛି । ତେବେ ଆଜି ମ୍ୟାଚରେ ନିଷାଦ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ସ୍ୱର୍ଣ୍ଣପଦକ ଜିତିବାକୁ ବିଫଳ ହୋଇଥିଲେ ମଧ୍ୟ ସେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ବିଜୟ ପରେ ଏବେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।
ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ ପଦକ । #Paralympics#NishadKumar#KanakNewspic.twitter.com/qpPODikQQ1
— Kanak News (@kanak_news) August 29, 2021
ଆଜିର ଇଭେଣ୍ଟରେ ନିଷାଦ ୨.୦୬ ମିଟରର ହାଇଜମ୍ପ ମାରିଥିଲେ । ଯାହା ଫଳରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ, ଏଥିସହ ସେ ଏସିଆନ୍ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଅନ୍ୟପଟେ ଏହି ଇଭେଣ୍ଟରେ ୟୁଏସଏର ଖେଳାଳି ଟାଉନସେଣ୍ଡ ଓ ଦାଲାଲ ୱାଇଜ୍ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଖେଳାଳି ଭାବିନା ପାରାଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଚୀନର ଖେଳାଳିଙ୍କଠାରୁ ଫାଇନାଲରେ ପରାସ୍ତ ହେବା ସହିତ ଭାବିନା ରୌପ୍ୟ ପଦକ ହାସଲ କରିଥିଲେ । ଭାବିନାଙ୍କ ପରେ ନିଷାଦ ଦ୍ୱିତୀୟ ଖେଳାଳି ଭାବେ ଚଳିତ ପାରାଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/34-6.jpg)