କନକ ବ୍ୟୁରୋ: ଚୈତ୍ର ମାସରେ ଯେପରି ମା ମଙ୍ଗଳାଙ୍କ ଓଷା ବ୍ରତଧାରୀ ମାନେ କରନ୍ତି, ଠିକ ସେହିପରି ଆଶ୍ୱିନ ମାସ ମଙ୍ଗଳବାରକୁ ନିଶା ମଙ୍ଗଳବାର ଭାବରେ ବ୍ରତଧାରୀ ମାନେ ପୂଜା କରନ୍ତି, ଏହି ନିଶା ମଙ୍ଗଳବାରର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ, ମହିଳାମାନେ ସେମାନଙ୍କ ପିଲା ମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଏହି ବ୍ରତ ପୂଜା କରନ୍ତି, ନିଶା ମଙ୍ଗଳବାରରେ ବ୍ରତଧାରୀମାନେ ସକାଳୁ ଉପବାସ କରି ରାତିରେ ପଣାପାଣି ପିଇ ବ୍ରତ ସମାପନ୍ନ କରନ୍ତି, ଆଜି ସେହିପରି ନିଶା ମଙ୍ଗଳବାରରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ସମାବେଶ ହୋଇଛି, ଅନେକ ମହିଳା ସେମାନଙ୍କ ପିଲାମାନଙ୍କୁ ଧରି ମାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ଆଜି ମା ଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ।
ମଙ୍ଗଳବାର, ମା’ ମଙ୍ଗଳାଙ୍କ ପ୍ରିୟ ବାର । ଅନ୍ୟ ମାସର ମଙ୍ଗଳବାର ଅପେକ୍ଷା ଆଶ୍ୱିନ ମଙ୍ଗଳବାର ମଧ୍ୟରେ ରହିଛି ସ୍ୱତନ୍ତ୍ରତା । ଏହି ଆଶ୍ୱିନ ମଙ୍ଗଳବାରରେ ମହିଳାମାନେ ନିଶା ମଙ୍ଗଳବାର ବ୍ରତ ପାଳନ କରିଥାନ୍ତି । ସନ୍ତାନ ଓ ପରିବାରର ଶୁଭ ମନାସି ବ୍ରତ ରଖିଥାନ୍ତି । ଏହି ଦିନ କାକଟପୁରର ମଙ୍ଗଳା ମନ୍ଦିରରେ ବ୍ରତଧାରୀଙ୍କ ଭିଡ ଲାଗିଥାଏ । ମାଆଙ୍କ ପାଖରେ ମଣ୍ଡା, ମିଠା ଓ ଅନ୍ୟାନ୍ୟ ଭୋଗରାଗ କରି ମାଆଙ୍କ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ନିଶା ମଙ୍ଗଳବାର ପାଇଁ ସକାଳୁ ସକାଳୁ ମାଆଙ୍କ ଦ୍ୱାରଫିଟା ନୀତି, ସିଂହପୂଜା, ମଙ୍ଗଳଆରତୀ, ସ୍ନାନ ମାର୍ଜନା, ବେଶ, ଅଳଙ୍କାର ପରିଧାନ ସରିବା ପରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ୱାର ଫିଟା ହୋଇଛି । ବ୍ରତଧାରୀ ମହିଳା ମାଙ୍କୁ ଦର୍ଶନ କରିବା ସହ ଗୁଆ ନଡିଆ ବସାଇଛନ୍ତି । ତେବେ ଚୈତ୍ରମାସ ମଙ୍ଗଳବାରରେ ଦିନ ବେଳା ପନ୍ଥେଇ ପୂଜା କରାଯାଉଥିବା ବେଳେ ଆଶ୍ୱିନ ମଙ୍ଗଳବାରରେ ନିଶାର୍ଦ୍ଧ ରାତିରେ ପୂଜାର୍ଚ୍ଚନା କରିଥାନ୍ତି ବ୍ରତଧାରୀ ।
ନିଶା ମଙ୍ଗଳବାରରେ ରାତିରେ ପୂଜାର୍ଚ୍ଚନା କରାଯାଇଥାଏ । ତେଣୁ ବ୍ରତଧାରୀଙ୍କ ପାଇଁ କାକଟପୁର ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-10-18h28m55s180.jpg)