ପୁଣି ଘୁଂଚିବ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ତାରିଖ? ରାଷ୍ଟ୍ରପତିଙ୍କ ପାଖରେ ବିନୟର ରାଜକ୍ଷମା ଆବେଦନ ପରେ ବଢିଲା ସଂଶୟ, ଆଜି ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନର ଶୁଣାଣିି

357

କନକ ବ୍ୟୁରୋ : ଆସନ୍ତା ୪୮ ଘଂଟାରେ କଣ ହୋଇପାରେ? ନିର୍ଭୟା ଦୋଷୀଙ୍କୁ ଫେବୃଆରୀରେ ୧ରେ ଫାଶୀ ଦିଆଯିବ ନା ନାହିଁ ? ପୁଣି ଘୁଂଚିବ କି ଫାଶୀ ତାରିଖ? ବୁଧବାର ନିର୍ଭୟା ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ପରେ ଏପରି ଫାଶୀ ତାରିଖ ଟଳିବା ଶଙ୍କା ସୃଷ୍ଟି ହୋଇଛି । ସେପଟେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର । ରାଜକ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ଜେଲ ମାନୁଆଲ ଅନୁସାରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନର ମହଲତ ଦିଆଯାଇଥାଏ ।

ତେଣୁ ଫେବୃଆରୀ ୧ରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଏଥିରୁ ବର୍ତିବା ପାଇଁ ଦୋଷୀମାନେ ଆଇନଗତ ବିକଳ୍ପ ବ୍ୟବହାର କରୁଛନ୍ତି । ହୁଏତ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯାଇପାରେ, ହେଲେ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ବିଳମ୍ବିତ ହେଉଛି ।