ବଂଚିବା ପାଇଁ ଚାଲ ଚଳାଇଛନ୍ତି ନିର୍ଭୟା ମାମଲାର ଦୋଷୀ । କ୍ୟୁରେଟିଭ୍ ପିଟିସନ ଦାଖଲ କଲେ  ଅକ୍ଷୟ ଓ ବିନୟ ,   ମୁକେଶ କରିଥିବା ଆବେଦନ ଉପରେ ଆଜି ରାୟ ଶୁଣାଇ ପାରନ୍ତି କୋର୍ଟ

Advertisment
ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର ।

କନକ ବ୍ୟୁରୋ : ଫାଶୀରୁ ବଂଚିବା ପାଇଁ ନିର୍ଭୟା ଦୋଷି ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ଅନ୍ୟପଟେ ଫାଶୀ ତାରିଖ ନେଇ ତିହାର ଜେଲ ପ୍ରଶାସନକୁ ପଚାରିଛନ୍ତି ସୁପ୍ରିମକୋର୍ଟ  । ଏହା ସହ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଂଟ ଜାରି ହୋଇଛି କି ନାହିଁ ମଧ୍ୟ ପଚାରିଛନ୍ତି ।

publive-imageଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସୂଚନା ଦେବ ଜେଲ୍ ପ୍ରଶାସନ । ସେପଟେ ଦୋଷୀ ମୁକେଶ କରିଥିବା ଆବେଦନକୁ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ । ଆଜି ଏହି ମାମଲାର ରାୟ ଆସିପାରେ । ନିର୍ଭୟା ଦୋଷୀଙ୍କୁ  ଫେବ୍ରୁଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତଳ କୋର୍ଟ । ତେଣୁ ଏହାକୁ ଟାଳିବା ପାଇଁ ଦୋଷୀମାନେ ବିଭିନ୍ନ ଚାଲ ଖେଳୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe