କନକ ବ୍ୟୁରୋ : ଫାଶୀରୁ ବଂଚିବା ପାଇଁ ନିର୍ଭୟା ଦୋଷି ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ଅନ୍ୟପଟେ ଫାଶୀ ତାରିଖ ନେଇ ତିହାର ଜେଲ ପ୍ରଶାସନକୁ ପଚାରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଂଟ ଜାରି ହୋଇଛି କି ନାହିଁ ମଧ୍ୟ ପଚାରିଛନ୍ତି ।
ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସୂଚନା ଦେବ ଜେଲ୍ ପ୍ରଶାସନ । ସେପଟେ ଦୋଷୀ ମୁକେଶ କରିଥିବା ଆବେଦନକୁ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ । ଆଜି ଏହି ମାମଲାର ରାୟ ଆସିପାରେ । ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତଳ କୋର୍ଟ । ତେଣୁ ଏହାକୁ ଟାଳିବା ପାଇଁ ଦୋଷୀମାନେ ବିଭିନ୍ନ ଚାଲ ଖେଳୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Supreme-Court.jpg)