ସୁପ୍ରିମକୋର୍ଟରେ ନିର୍ଭୟା ରାୟ : ଆଇନର ଅପବ୍ୟବହାର କରୁଛନ୍ତି ଦୋଷୀ, ତଳ କୋର୍ଟରେ ଡେଥ୍ ୱାରେଂଟର କରିହେବ ଆବେଦନ

Advertisment
ଫାଶୀ ଘୁଞ୍ଚୁଛି ନିର୍ଭୟା ଆତ୍ମା କାନ୍ଦୁଛି ! ସାତ ଦିନ ପୂରିଲା, ସୈତାନଙ୍କ ଛାତି ଥରିଲା । ନିର୍ଭୟା ରାକ୍ଷସଙ୍କୁ ଫାଶୀ ପାଇଁ ନୂଆ ଡେଥ୍ ୱାରେଣ୍ଟ ଆବେଦନ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ପୃଥକ୍ ପୃଥକ୍ ଫାଶୀଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ନିର୍ଭୟା ଦୋଷୀ ଆଇନର ଅପ-ବ୍ୟବହାର କରୁଛନ୍ତି । ତୁଷାର ମେହଟ୍ଟା ଆହୁରି ମଧ୍ୟ କହିଛନ୍ତି - ଫାଶୀଦଣ୍ଡରେ ହେଉଥିବା ବିଳମ୍ବତା କାରଣରୁ ଲୋକଙ୍କର ଆଇନ ଉପରୁ ଭରସା ତୁଟି ଯାଉଛି । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ପାଖରେ ଦୋଷୀଙ୍କୁ ନେଇ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ୪ ଦୋଷୀଙ୍କ ସମସ୍ତ ତଥ୍ୟ ରହିଥିବା କହିଛନ୍ତି ।

ସେପଟେ ଶୁଣାଣି ବେଳେ ବିଚାରପତି ଅଶୋକ ଭୂଷଣ କହିଛନ୍ତି, ଦୋଷୀ ପବନର ଆଇନ ଗତ ପ୍ରକ୍ରିୟା ବାକି ରହିଛି । ଆପଣ ତାଙ୍କୁ ବାଧ୍ୟ କରିପାରିବେନି । ମାତ୍ର ଡେଥ୍ ୱାରେଂଟ୍ ପାଇଁ ତଳ କୋର୍ଟରେ ଆବେଦନ କରିପାରିବେ । ଶୁଣାଣି ବେଳେ ତୁଷାର ମେହଟ୍ଟା କୋର୍ଟଙ୍କୁ ଜେଲ ମାନୁଆଲ ରୁଲ ନମ୍ବର ୮୩୬ ଆଧାରରେ ଦୋଷୀଙ୍କୁ ପୃଥକ୍ ପୃଥକ୍ ଫାଶୀଦଣ୍ଡ ଦିଆଯାଇ ପାରିବ ବୋଲି ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ପବନଙ୍କ ଛଡା ବାକି ଦୋଷୀ ମୁକେଶ ସିଂହ, ଅକ୍ଷୟ ଠାକୁର ଓ ବିନୟ ଶର୍ମାଙ୍କୁ ଫାଶୀଦଣ୍ଡ ଦିଆଯିବା ପାଇଁ ଅନୁମତି ଦିଆଯାଉ । ତେବେ ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ଗୁରୁବାର ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe