ତିହାର ହେଉଛି ତୟାର । ନିର୍ଭୟା ଦୋଷୀଙ୍କୁ ଫାଶୀ ପୂର୍ବରୁ ୪ ସୈତାନଙ୍କ ବେକର ମାପ ନେଲା ତିହାର, ଭୋ ଭୋ ହୋଇ କାନ୍ଦିଲେ ଯୌନରାକ୍ଷସ ।

1,532

କନକ ବ୍ୟୁରୋ: ନିର୍ଭୟା ଦୋଷୀଙ୍କ ସମୟ ସରି ସରି ଆସୁଛି । ଆସନ୍ତା ୨୨ ତାରିଖରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ବେକ ମାପ ତିହାର ଜେଲ ପକ୍ଷରୁ ନିଆଯାଇଥିବା ସୂଚନା ମିଳୁଛି । ଏହି ମାପ ହିସାବରେ ୪ ଜଣ ଦୋଷୀଙ୍କ ପାଇଁ ଫାଶୀର ଦଉଡି ପ୍ରସ୍ତୁତ କରାଯିବ  । ଦୋଷୀଙ୍କର ଉଚ୍ଚତା ଓ ଓଜନ ମଧ୍ୟ ମପାଯାଇଛି  । ତେବେ ସବୁଠାରୁ ବଡ଼ କଥା ହେଲା, ଏହି ମାପ ପ୍ରକ୍ରିୟା ଚାଲିଥିବାବେଳେ ଚାରି ଜଣ ଦୋଷୀ ଭୋ ଭୋ ହୋଇ କାନ୍ଦିଥିବାର ଚର୍ଚ୍ଚା ହେଉଛି ।

ଅନ୍ୟପଟେ ପଟିଆଲା ହାଉସ କୋର୍ଟ ପକ୍ଷରୁ ଗତ ୭ ତାରିଖରେ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇସାରିଛି  । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଏହାରି ମଧ୍ୟରେ ତିହାର ଜେଲରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ସୂଚନାମୁତାବକ, ଏଠାରେ ସୂଚନା ଥାଉ କି ଜେଲ ମାନୁଆଲ ମୁତାବକ ଏସବୁ କାର୍ଯ୍ୟ ଫାଶୀ ଦେବା ପୂର୍ବରୁ ନିର୍ଦ୍ଧାରିତ ପ୍ରକ୍ରିୟାର ଅଂଶ ହୋଇଥାଏ  ।

ସେପଟେ ଏହି ୪ ସୈତାନଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛନ୍ତି । ତେଣୁ ଆଇନବ୍ୟବସ୍ଥାକୁ ପାଳନ କରି ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି କରିବେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଥିଲା । ଯାହା ଜଷ୍ଟିସ୍ ଏନ୍ ଭି ରମଣା, ଅରୁଣ ମିଶ୍ର, ଆରଏଫ୍ ନରିମାନ୍, ଆର ଭାନୁମତୀ, ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍ ପିଟିସନ୍ର ଶୁଣାଣି କରିବେ।