କନକ ବ୍ୟୁରୋ: ରାଜ୍ୟରେ ବଢ଼ୁଥିବା କରୋନାର ଟ୍ରେଣ୍ଡକୁ ନେଇ ବରିଷ୍ଠ ଚିକିତ୍ସକଙ୍କ ମତ ହେଉଛି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି । ତେଣୁ ଏତେ ସଂଖ୍ୟାରେ ପଜିଟିଭ୍ ଆସୁଛି । ତେବେ କେତେ ପର୍ଯ୍ୟନ୍ତ ବଢ଼ିବ କହି ହେବ ନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ରାଜ୍ୟରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତି ଚିହ୍ନଟ ହେବା ପରେ ଏମିତି କହିବା ସହ ସତର୍କ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ।
ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ରହିଛି । ଏବେ ରାଜ୍ୟରେ ୬୭ ହଜାର ୮୦ ମାମଲା ସକ୍ରିୟ ରହିଛି । ୨୨ ଜିଲ୍ଲାରେ ୩ ଅଙ୍କ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଏପ୍ରିଲ ମାସରେ ୧ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୪୭ ହଜାର ୪୬୨ ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ୨୧ ଦଶମିକ ୯ ପ୍ରତିଶତ ରହିଛି ପଜିଟିଭ ହାର । ଟେଷ୍ଟ ହୋଇଥିବା ପ୍ରତି ୧୦୦ ଜଣରେ ୨୨ ଜଣ ରିପୋର୍ଟ ପଜିଟିଭ ଆସୁଛି ।
Follow Us