କନକ ବ୍ୟୁରୋ: ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ରାଜ୍ୟ ସରକାର ପୂର୍ବରୁ ୨୫ହଜାର ଟଙ୍କା ଦେଉଥିବାବେଳେ ଏହାକୁ ବଢ଼ାଇ ୫୦ହଜାର ଟଙ୍କା କରିଛନ୍ତି। ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୨ଲକ୍ଷରୁ ୪ଲକ୍ଷକୁ ବୃଦ୍ଧି, ୬୦ବର୍ଷ ପରେ ପେନସନ୍ ୩୦୦ଟଙ୍କାରୁ ୫୦୦ଟଙ୍କାକୁ, ୮୦ ବର୍ଷ ପରେ ପେନସନ୍ ୫୦୦ଟଙ୍କାରୁ ୭୦୦ଟଙ୍କାକୁ ବୃଦ୍ଧି କରାଯାଇଛି।ନିର୍ମାଣ ଶ୍ରମିକଙ୍କ ପାଇଁ ଏହି ଘୋଷଣା ହେବା ପରେ ଗତକାଲି ୫୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକ ସୁରକ୍ଷା ପୋଷାକ ପିନ୍ଧି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଘୋଷଣା କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ସାରା ରାଜ୍ୟରେ ୨୬ଲକ୍ଷ ୩୦ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୧୭ଲକ୍ଷ ହିତାଧିକାରୀଙ୍କୁ ୧୫୦୦କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ଏଥିରେ ମୃତ୍ୟୁକାଳୀନ ସହାୟତା, ପାଠପଢ଼ିବା ସହାୟତା, ଝିଅ ବିବାହ, ସାଇକେଲ୍ ପ୍ରଦନା, ଯନ୍ତ୍ରପାତି ପ୍ରଦାନ, ପ୍ରସୂତିକାଳୀନ ସହାୟତା ଆଦି ଅନ୍ତର୍ଭୁକ୍ତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/489575239.jpg)
/kanak/media/post_attachments/wp-content/uploads/2019/03/NAVEEN-NIWAS-cm-naveen-patnaik-nkn-udyam-jogu-nirman-shramika-kalyan-board-jojana-sara-bharat-re-model-state-bhabe-pariganita-heba-pare-bivina-shramika-sangathana-pakhyru-sambardhana-3-300x177.jpg)