ଜୁନ୍ ୧୧ରୁ ୨୩ ମଧ୍ୟରେ ପ୍ରାକ୍ ବଜେଟ୍ ଆଲୋଚନା : ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ସାଧାରଣ ନାଗରିକଙ୍କୁ ସାମିଲ ଉଦ୍ୟମ

Advertisment
ରାଜ୍ୟଙ୍କୁ ମିଳିଲା ଜିଏସଟି କ୍ଷତିପୂରଣ । କେନ୍ଦ୍ର ଦେଲା ୩୫ ହଜାର କୋଟିର ସହାୟତା, ସେପଟେ ନିର୍ମଳାଙ୍କ ବଜେଟ୍ ଆଲୋଚନା ଆରମ୍ଭ

source : hindustantimes.com

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ଏନଡିଏ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ। ବଜେଟରୁ କେଉଁ କ୍ଷେତ୍ର କିମ୍ବା ଗୋଷ୍ଠୀ କ’ଣ ଚାହୁଁଛନ୍ତି ତାହା ଜାଣିବା ପାଇଁ ଚଳିତ ମାସ ୧୧ରୁ ୨୩ ତାରିଖ ପର୍ଯ୍ୟନ୍ତ ସୀତାରମଣ ପ୍ରାକ୍ ବଜେଟ୍ ଆଲୋଚନା କରିବେ। ସେ ଅର୍ଥନୀତିଜ୍ଞ, ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ, ଶିଳ୍ପ ସଂଘର ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ବଜେଟ୍ ଆଶା ଜାଣିବାକୁ ପ୍ରୟାସ କରିବେ। ବଜେଟକୁ ନେଇ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ମଧ୍ୟ ନିଜର ମତାମତ ଦେବେ। ଚଳିତ ମାସ ୨୦ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ସେମାନଙ୍କ ଠାରୁ ବଜେଟକୁ ନେଇ ମତାମତ ସଂଗ୍ରହ କରାଯିବ।

ସୀତାରମଣ ତାଙ୍କର ପ୍ରାକ୍ ବଜେଟ୍ ଆଲୋଚନାକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଆରମ୍ଭ କରିବେ। ଏହାପରେ ସେ କୃଷି କ୍ଷେତ୍ରର ବିଶେଷଜ୍ଞ, ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଏବଂ ଶିଳ୍ପ ସଂଘର ପ୍ରତିନିଧିମାନଙ୍କୁ ଭେଟିବେ। ସୀତାରମଣଙ୍କ ପୂର୍ବରୁ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଶିଳ୍ପ ସଂଘର ପ୍ରତିନିଧିମାନଙ୍କୁ ଭେଟି ସେମାନେ ବଜେଟରୁ କ’ଣ ଆଶା କରୁଛନ୍ତି ତାହା ଆଲୋଚନା କରିସାରିଛନ୍ତି। ଏଥର ବଜେଟରେ କର୍ପୋରେଟ୍ ଟିକସ ହାର କମ୍ କରିବାକୁ ଶିଳ୍ପ ସଂଘଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ବ୍ୟକ୍ତିଗତ ଆୟକରରେ ଅଧିକ ସୁବିଧା ପ୍ରଦାନ କରିବା ଏବଂ ଇଲେକ୍ଟ୍ରିକ୍ ଯାନର ପ୍ରସାର ପାଇଁ ଏହାର ଉତ୍ପାଦନକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଶିଳ୍ପ ସଂଘଗୁଡ଼ିକ ଦାବି କରିଛନ୍ତି।

ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ସାଧାରଣ ନାଗରିକଙ୍କୁ ସାମିଲ କରିବାକୁ ମଧ୍ୟ ଉଦ୍ୟମ କରାଯାଇଛି। ମାଇଗଭ୍ ଡଟ୍ ଇନ୍ ପୋର୍ଟାଲ୍ ଜରିଆରେ ସାଧାରଣ ନାଗରିକଙ୍କ ଠାରୁ ମତାମତ ଗ୍ରହଣ କରାଯାଉଛି। ଦେଶରେ ନିଯୁକ୍ତି ସଙ୍କଟ, ଅଣ ବ୍ୟାଙ୍କି ଆର୍ଥିକ ସଂସ୍ଥା କ୍ଷେତ୍ରରେ ସଙ୍କଟ ଓ କୃଷି ସଙ୍କଟ ଦେଖାଦେଇଥିବା ବେଳେ ରପ୍ତାନିର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି। ସେହିଭଳି ଏକ ସମୟରେ ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କ ଠାରୁ ବିଭିନ୍ନ କ୍ଷେତ୍ର ବହୁତ କିଛି ଆଶା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe