ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ: ନିର୍ମଳା କହିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ

454

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ସମକାରୀ ଯୋଜନାର ଲାଭ କଥା କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ ରହିଛି । ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ । ଗରିବ କଲ୍ୟାଣ ଦେଶର କଲ୍ୟାଣ । ୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି । ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି । ଗରିବଙ୍କୁ ପାଣି ଘର ଯୋଗାଇ ଦିଆଯାଇଛି । ସମସ୍ତେ ଶସକ୍ତ ହେଲେ ଦେଶ ଆଗକୁ ବଢିବ । ଭ୍ରଷ୍ଟାଚାର ଓ ପରିବାର ବାଦକୁ ହଟାଯାଇଛି । ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାର ପ୍ରୟାସ ଜାରି ରହିଛି । ଅର୍ଥ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିଛି । ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଭଲ ପରିବର୍ତ୍ତନ ହୋଇଛି । ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ହେଉଛି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି । ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

ସେହିପରି ଆହୁରି କହିଛନ୍ତି, ଯୁବପିଢିଙ୍କୁ ସଶକ୍ତ କରିବା ସରକାରଙ୍କ ପ୍ରାଥମିକତା । ସ୍କିଲ ଇଣ୍ଡିଆ ମିସନରେ ୧.୪ ଯୁବପିଢିଙ୍କୁ ତାଲିମ ଦିଆଯାଉଛି । ୧୧.୮ କୋଟି କୃଷକଙ୍କୁ ସରକାରୀ ସୁବିଧା ମିଳୁଛି । ୪ କୋଟି କୃଷକ ପିଏମ ଫସଲ ଯୋଜନାରେ ଲାଭ ପାଉଛନ୍ତି । ସହିପରି ଶିକ୍ଷା ପାଇଁ ୩୯୦ ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ୧୦ ବର୍ଷରେ ମହିଳାଙ୍କ ବିକାଶ ଉପରେ ବି ଫୋକସ କରାଯାଇଛି ।