କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ । ଏହା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ କାଳରେ ଏହି ଯାନବାହାନ ବଦଳ ନୀତି ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଔପଚାରିକ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ଗତ ୨୫ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଯାନବାହାନ ବଦଳ ନୀତିକୁ ମଂଜୁରୀ ଦିଆଯାଇଥିଲା । ଆସନ୍ତା ୨୦୨୨, ଏପ୍ରିଲ ପହିଲାରୁ ଏହି ନୀତି କେବଳ କେନ୍ଦ୍ର ଓ ରାଜ୍ୟ ସରକାରୀ ଯାନବାହାନଗୁଡ଼ିକ ପାଇଁ ଲାଗୁ ହେବ । ପରବର୍ତ୍ତୀ କାଳରେ ବ୍ୟବସାୟିକ ଓ ବ୍ୟକ୍ତିଗତ ଗାଡ଼ି ପାଇଁ ଏହି ନୀତିକୁ ଲାଗୁ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/11.jpg)