ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏମଏସପି ବ୍ୟବସ୍ଥାରେ ହେବ ବଡ ପରିବର୍ତ୍ତନ

437

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ଚାଷୀଙ୍କ ହିତ ପାଇଁ ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ଲକ୍ଷ୍ୟ । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ ବୋଲି ବି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହେବ ।

ଚାଷୀଙ୍କ ପାଇଁ ବଜେଟରେ କ’ଣ ?

– ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବ
– କୃଷକଙ୍କୁ ଖର୍ଚ୍ଚର ଦେଢଗୁଣା ଦେବାକୁ ପ୍ରୟାସ
– କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ
– ଚାଷୀଙ୍କ ପାଇଁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
– କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ
– ୭ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି
– ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି
– ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି
– ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ
– ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା