ଆସନ୍ତାକାଲି ଆସିବ କେନ୍ଦ୍ର ବଜେଟ୍: ଆଜି ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

Advertisment
ଆସନ୍ତାକାଲି ଆସିବ କେନ୍ଦ୍ର ବଜେଟ୍: ଆଜି ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

କନକ ବ୍ୟୁରୋ: ଆସନ୍ତାକାଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୮.୨ ପ୍ରତିଶତ ବୃଦ୍ଧି ପାଇଛି, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୬.୫-୭ପ୍ରତିଶତ ଅଭିବୃଦ୍ଧି ହାରରେ ଆଗକୁ ବଢିବ ବୋଲି ଆକଳନ କରାଯାଇଛି। ୨୦୨୪-୨୫ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ସହ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ତୃତୀୟ କାର୍ଯ୍ୟକାଳରେ ମୋଦି ସରକାରଙ୍କ ସମ୍ପୂର୍ଣ୍ଣ ଫୋକସ କୃଷି, ବେସରକାରୀ କ୍ଷେତ୍ର ଉପରେ ରହିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ଜିଡିପି ଅଭିବୃଦ୍ଧି ହାର ବଢିବାକୁ ଥିବା ବେଳେ କେତେକ ବୈଶ୍ବିକ ସମସ୍ୟା ଏଥିପ୍ରତି ଆହ୍ବାନ ସୃଷ୍ଟି କରିଛି। ରପ୍ତାନୀ କ୍ଷେତ୍ରରେ ଅସୁବିଧା ଦେଖାଯିବାକୁ ଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିପରି ଜନସଂଖ୍ୟା ଅନୁପାତର ଅଭିବୃଦ୍ଧି ସହିତ କରୋନା ମହାମାରୀ ପରେ ଦେଶର ବେକାରୀ ହାର ହ୍ରାସ ପାଉଛି। ୧୫ରୁ ଉର୍ଦ୍ଧ୍ବ ବୟସ ବର୍ଗଙ୍କ ପାଇଁ ସହରୀ ବେକାରୀ ହାର ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ୬.୭% କୁ ହ୍ରାସ ପାଇଛି। ଯୁବ ବେକାରୀ ହାର ୨୦୧୭-୧୮ ରେ ୧୭.୮% ରୁ ୨୦୨୨-୨୩ ରେ ୧୦% କୁ ଖସି ଆସିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ ହାରାହାରି ୨୦୩୦ ସୁଦ୍ଧା ଅଣ କୃଷି କ୍ଷେତ୍ରରେ ବାର୍ଷିକ ପ୍ରାୟ ୭୮.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆର୍ଥିକ ନିଅଣ୍ଟ ହ୍ରାସ ନେଇ ମଧ୍ୟ ଆଶା ଦେଖାଦେଇଛି। ଭାରତର ଆର୍ଥିକ ନିଅଣ୍ଟ ୪.୫ ପ୍ରତିଶତକୁ ଖସି ଆସିବାର ସମ୍ଭାବନା ରହିଛି। କୁହାଯାଇଛି ଯେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରାଜ୍ୟଗୁଡ଼ିକର ଦକ୍ଷତା ବୃଦ୍ଧି ଉପରେ ରହିଛି।

ଅର୍ଥନୈତିକ ସର୍ଭେ ରିପୋଟ
ସଂସଦରେ ନିର୍ମଳା ଉପସ୍ଥାପନ କଲେ ଅର୍ଥନୈତିକ ସର୍ଭେ ରିପୋର୍ଟ
୨୦୨୪-୨୫ ଆର୍ଥିକ ବର୍ଷରେ ୬.୫-୭ପ୍ରତିଶତ ରହିବ ବିକାଶ ହାର
୨୦୨୪-୨୫ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ରହିବ
୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ
କୃଷି, ବେସରକାରୀ କ୍ଷେତ୍ର ଉପରେ ମୋଦି ସରକାରଙ୍କ ଫୋକସ୍
କରୋନା ମହାମାରୀ ପରେ ଦେଶର ହ୍ରାସ ପାଉଛି ବେକାରୀ ହାର
ସହରୀ ବେକାରୀ ହାର ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ୬.୭% କୁ ହ୍ରାସ ପାଇଛି
୨୦୧୭-୧୮ ରେ ୧୭.୮% ରୁ ୨୦୨୨-୨୩ ରେ ୧୦% କୁ ଖସି ଆସିଛି ବେକାରୀ ହାର
୨୦୩୦ ସୁଦ୍ଧା ଅଣ କୃଷି କ୍ଷେତ୍ରରେ ବାର୍ଷିକ ପ୍ରାୟ ୭୮.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ରହିଛି
ଭାରତର ଆର୍ଥିକ ନିଅଣ୍ଟ ୪.୫ ପ୍ରତିଶତକୁ ଖସି ଆସିବାର ସମ୍ଭାବନା ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe