କନକ ବ୍ୟୁରୋ : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି, ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ଏହା ଭିତରେ ଏଲଆଇସିର ଆଇପିଓ ଆଣିବାକୁ ପ୍ରସ୍ତୁତି ସରିଛି । ଯୋଜନା ଅନୁସାରେ ଏଲଆଇସିର ବିନିବେଶ ହେବ । ହୋଟେଲ ବ୍ୟବସାୟ ସମସ୍ୟା ଭିତରେ ଗତି କରୁଛି । ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଡିଜିଟାଲ କରେନ୍ସି ଲଞ୍ଚ କରିବ ଆରବିଆଇ ।
We are also tracking every trail of money in that (transaction of crypto assets) by imposing 1% TDS at every transaction: Finance Minister Nirmala Sitharaman pic.twitter.com/kXpzY2yu3k
— ANI (@ANI) February 1, 2022
ଏହାଛଡା ଅର୍ଥମନ୍ତ୍ରୀ କହିଛନ୍ତି ଟିକସ ନ ବଢାଇବା ସାଧାରଣ ଲୋକଙ୍କ ପାଇଁ ସବୁଠୁ ବଡ ରିହାତି । ଗତ ଦୁଇ ବର୍ଷ ହେବ ଆମେ ମହାମାରୀରେ ଜଡସଡ ହେଉଛେ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ଟିକସ ବଢାଇବା ପକ୍ଷରେ ନଥିଲେ । ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦିଦେଇ ଟଙ୍କା ରୋଜଗାର କରିବାକୁ ସରକାର ଚେଷ୍ଟା କରିନାହାନ୍ତି । ଏହାସହ ସୀତାରମଣ କହିଛନ୍ତି, ଇନଫ୍ରାଷ୍ଟ୍ରକଚର ପାଇଁ ଖର୍ଚ୍ଚ ହେବ ୫.୫ ଲକ୍ଷ କୋଟି ଟଙ୍କା । ଏହାଫଳରେ ରୋଜଗାରର ବାଟ ଫିଟିବ । ଦେଶର ଅଭିବୃଦ୍ଧି ହାର ମଧ୍ୟ ବୃଦ୍ଧି ପାଇବ ।
#WATCH | FM Nirmala Sitharaman speaks on proposed Digital Rupee & cryptocurrencies: What RBI will issue is a digital currency. Everything that prevails outside of it is assets being created by individuals & we are taxing profits made out of transactions of those assets, at 30%. pic.twitter.com/acVOktqosH
— ANI (@ANI) February 1, 2022