ଚାଷୀଙ୍କ ପାଇଁ ନିର୍ମଳାଙ୍କ ବଡ ଘୋଷଣା । ବଜେଟରେ ଚାଷୀଙ୍କ ପାଇଁ ସରକାରଙ୍କ ୧୬ ସୂତ୍ରୀ ଯୋଜନା । କୃଷି କ୍ଷେତ୍ର ପାଇଁ ୨.୮୩ ଲକ୍ଷ କୋଟି, ଚାଲିବ କିଷାନ ରେଳ

ଜଳ ସଂକଟ ଭୋଗୁଥିବା ୧୦୦ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା । ୨୦ ଲକ୍ଷ ଚାଷୀଙ୍କୁ ପମ୍ପସେଟ ଚଳାଇବା ପାଇଁ ସୌରଶକ୍ତିର ଉପଯୋଗରେ ସହାୟତା କରାଯିବ ।

526

କନକ ବ୍ୟୁରୋ: ସଂସଦରେ ଉପସ୍ଥାପିତ ହେଉଛି ଦେଶର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ । ପବିତ୍ର ସଂସଦ ଭବନରେ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ବଜେଟରେ ପ୍ରଥମେ ଗ୍ରାମୀଣ ଭାରତ ଉପରେ ଚର୍ଚ୍ଚା ହୋଇଥିବା ବେଳେ ଗାଁ , ଗରିବ ଏବଂ ଚାଷୀଙ୍କ ସମସ୍ୟା ଫୋକସରେ ରହିଛି । ଅର୍ଥାତ୍ ଦେଶର ୨୦୨୦-୨୧ ଆର୍ଥିକ ବର୍ଷ ବଜେଟରେ ଚାଷୀଙ୍କ ଉପରେ ବେଶି ଗୁରୁତ୍ୱ ଦିଆଯାଇଛି । ସଂସଦରେ ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି କି, ଆମ ସରକାର ଚାଷୀଙ୍କ ପାଇଁ ବଡବଡ ଯୋଜନା ଲାଗୁ କରିଛନ୍ତି । ସରକାରଙ୍କ ତରଫରୁ ବହୁ କୃଷି ବିକାଶ ମୂଳକ ଯୋଜନାମାନ ମଧ୍ୟ ଲାଗୁ କରାଯାଇଛି । ପିଏମ ଫସଲ ବୀମା ଯୋଜନା ଅନୁସାରେ କୋଟି କୋଟି ଚାଷୀଙ୍କୁ ଫାଇଦା ମିଳୁଥିବା ବେଳେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା

• Agricultural land leasing act 2016, Produce life stock act 2017, Services facilitation 2018କୁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବ

• ଜଳ ସଂକଟ ଭୋଗୁଥିବା ୧୦୦ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା । ଯାହା ଦ୍ୱାରା ଚାଷୀଙ୍କୁ ଆଉ ଜଳ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ ନାହିଁ

• ୨୦ ଲକ୍ଷ ଚାଷୀଙ୍କୁ ପମ୍ପସେଟ ଚଳାଇବା ପାଇଁ ସୌରଶକ୍ତିର ଉପଯୋଗରେ ସହାୟତା କରାଯିବ

• ଉର୍ବରତା ବଢାଇବା ଉପରେ ଫୋକସ କରାଯିବ । ଏଥିପାଇଁ ରାସାୟନିକ ଖତର ବ୍ୟବହାର କୁ କମ କରାଯିବ । ରାସାୟନିକ ଖତର ସନ୍ତୁଳିତ ବ୍ୟବହାର କରିବାକୁ ସୂଚନା ପ୍ରଦାନ କରାଯିବ ।

• ଦୁଗ୍ଧ, ମାଂଶ, ମାଛ ସମେତ ଶୀଘ୍ର ନଷ୍ଟ ହୋଇଯାଉଥିବା ଜିନିଷକୁ ଭଲ ରଖିବାକୁ ବାତାନୁକୁଳୀନ କିଷାନ ରେଳ କୋଚ୍ ଗଡିବ

• କୃଷି ଉଡାଣ ଯୋଜନାକୁ ଆରମ୍ଭ କରାଯିବ । ଇଂଟରନ୍ୟାସନାଲ,ନ୍ୟାସନାଲ ରୁଟରେ ଏହି ଯୋଜନାକୁ ଆରମ୍ଭ କରାଯିବ ।

• ଏକୀକୃତ କୃଷି ପ୍ରଣାଳୀ ମହୁମାଛି ପାଳନ ଉପରେ ଜୋର ହେବ

• କିଷାନ କ୍ରେଡିଟ କାର୍ଡ ଯୋଜନାକୁ ୨୦୨୧ ପାଇଁ ବୃଦ୍ଧି କରାଯିବ ।

• ମନରେଗା ଅନୁସାରେ ଚାରାଗାରକୁ ସାମିଲ କରାଯିବ

• ବ୍ଲୁ ଇକନୋମୀ ଜରିଆରେ ମତ୍ସ୍ୟ ପାଳନକୁ ବୃଦ୍ଧି କରାଯିବ । ଫିସ୍ ପ୍ରୋସେସିକୁ ପ୍ରାଥମିକତା ଦିଆଯିବ

• ଚାଷୀଙ୍କୁ ପ୍ରଦାନ କରାଯାଉଥିବା ସହାୟତାକୁ ଦୀନ ଦୟାଲ ଯୋଜନା ଅନୁସାରେ ବୃଦ୍ଧି କରାଯିବ । ଜିରୋ ବଜେଟ ନାଚୁରାଲ ଫାର୍ମିଂକୁ ବି ମଜବୁତ କରାଯାଇ ଚାଷୀଙ୍କୁ ପ୍ରତ୍ସାହିତ କରାଯିବ ।

• ଚାଷୀଙ୍କ ପାଇଁ ଭଣ୍ଡାର ସ୍କିମ

• ୨୦୨୫ ସୁଦ୍ଧା ଦୁଗ୍ଧ ଉପ୍ତାଦନକୁ ଦୁଇଗୁଣା କରାଯିବ । ୧୦୮ ମିଲିୟନ ଟନ କରିବାର ଲକ୍ଷ୍ୟ

• ସାଗର ମିତ୍ର ଗଠନ ହେବ । ଯାହାଦ୍ୱାରା ଯୁବଗୋଷ୍ଠୀଙ୍କୁ ରୋଜଗାର ମିଳିବ

• ଦେଶରେ ଉପଲବ୍ଧ ଥିବା ଉଭୟ ୱେୟର ହାଉସ ଏବଂ, ଶୀତଳଭଣ୍ଡାରକୁ ନାବାର୍ଡ ନିଜ ପରିସରରେ ନେବ ଆଉ ଏହାକୁ ନୂଆ ତରିକାରେ ବିକଶିତ କରାଯିବ । ଦେଶରେ ୱେୟର ହାଉସ ଏବଂ ଶୀତଳଭଣ୍ଡାର ନିର୍ମାଣ କରାଯିବ । ଏଥିପାଇଁ ପିପିପି ମଡେଲ ଆପଣାଯିବ ।

• ମହିଳା ଚାଷୀଙ୍କ ପାଇଁ ଧନ୍ୟ ଲକ୍ଷ୍ମୀ ଯୋଜନା ଘୋଷଣା କରାଯାଇଛି । ଯାହା ଦ୍ୱାରା ମଂଜି ତଥା ବୀହନ ସଂପର୍କିତ ଯୋଜନାଗୁଡିକରେ ମହିଳାଙ୍କୁ ମୁଖ୍ୟ ରୂପରେ ସାମିଲ କରାଯିବ ।