କନକ ବ୍ୟୁରୋ: ଚଳିତ ବର୍ଷ ମଧ୍ୟ ରାଜ୍ୟମାନଙ୍କୁ କେନ୍ଦ୍ରର ସମର୍ଥନ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଗତ ବର୍ଷ ମଧ୍ୟ ରାଜ୍ୟରେ କେନ୍ଦ୍ରର ପୁଞ୍ଜିନିବେଶ ପାଇଁ ସରକାର ଘୋଷଣା କରିଥିଲେ । ଅନ୍ତରୀଣ ବଜେଟରେ ସୀତାରମଣ କହିଛନ୍ତି ଯେ, ୫୦ ବର୍ଷ ପାଇଁ ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟମାନଙ୍କରେ ସୁଧାର କରିବାକୁ ଗୁରୁତ୍ୱ ଦିଆଯାଉଛି ।ଏଥିପାଇଁ ସରକାରଙ୍କ ଦ୍ୱାରା ଅନେକ ସୁଧାର ଯୋଜନା ହାତକୁ ନିଆଯାଇଛି ଏବଂ ଏହି ପରିକଳ୍ପନାକୁ ସାକାର କରିବାକୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟତକା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଙ୍କୁ ସୁଧ ମୁକ୍ତ ଋଣର ସହାୟତା ଦିଆଯିବ ।
ପୂର୍ବରୁ ଏହି ଯୋଜନା ଆଧାରରେ ୧୪ଟି ରାଜ୍ୟକୁ ୫୬,୪୧୬ କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯିବାକୁ ଘୋଷଣା କରାଯାଇଥିଲା, ଯାହାକୁ ଚଳିତ ବଜେଟରେ ୭୫ ହଜାର କୋଟିକୁ ବୃଦ୍ଧି କରାଯାଇଛି । ଏହାସହ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ବନାଇବାକୁ ସୂଯ୍ୟୋଦର ସ୍କିମର ଆରମ୍ଭ ମଧ୍ୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/Screenshot-2024-02-01-110402-1.jpg)