ଆସୁଛି ନୂଆ ଶିକ୍ଷା ନୀତି…ଖର୍ଚ୍ଚ ହେବ ୯୯,୩୦୦କୋଟି । ଡାକ୍ତର ସମସ୍ୟା ଦୂର କରିବାକୁ ନିର୍ମଳାଙ୍କ ବଡ ଘୋଷଣା । ଏଣିକି ପ୍ରତି ଜିଲ୍ଲା ହସ୍ପିଟାଲରେ ଖୋଲାଯିବ ମେଡିକାଲ କଲେଜ

401

କନକ ବ୍ୟୁରୋ: ଉପସ୍ଥାପିତ ହୋଇଛି ବଜେଟ-୨୦୨୦ । ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବାକୁ ଯାଇ ଅନେକ ବଡ ବଡ ଯୋଜନାମାନ ଘୋଷଣା କରିଛନ୍ତି । ତେବେ ଚଳିତ ବଜେଟରେ ଗାଁ, ଗରିବ ଏବଂ ଚାଷୀଙ୍କୁ ଗୁରୁତ୍ୱ ଦିଆଯିବା ସହ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ନିର୍ମଳା  ଶିକ୍ଷା ପାଇଁ ୯୯,୩୦୦କୋଟି ଟଙ୍କାର ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି,  ସରକାରଙ୍କ ତରଫରୁ  ଖୁବ୍ ଶୀଘ୍ର ନୂଆ ଶିକ୍ଷାନୀତି ଘୋଷଣା କରାଯିବ ।  ଜିଲ୍ଲା ମେଡିକାଲରେ ଏଣିକି ମେଡିକାଲ କଲେଜ ନିର୍ମାଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ । ଯେଉଁଥିରେ ଦେଶରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ଏଣିକି ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲାଯିବ ।

• ଶିକ୍ଷା ପାଇଁ ବଜେଟରେ ୯୯,୩୦୦ କୋଟି ଟଙ୍କା । ଏଥି ମଧ୍ୟରୁ ୩ ହଜାର କୋଟି ଦକ୍ଷତା ବିକାଶ କାମରେ ବ୍ୟୟ କରାଯିବ

• ଏଣିକି ଅନଲାଇନରେ ଚାଲିବ ଡିଗ୍ରି ଲେବଲ ପ୍ରୋଗ୍ରାମ

• ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିର୍ଭସିଟି ମଧ୍ୟ ନିର୍ମାଣ କରାଯିବ

• ଇନଫ୍ରାଷ୍ଟ୍ରକଚର, ଅପରେଶନ ଯୁବପୀଢିଙ୍କ ପାଇଁ ରୋଜଗାରର ବଡ ସୁଯୋଗ ସୃଷ୍ଟି କରିବ

• ସବୁ ଜିଲ୍ଲାକୁ ଏକ୍ସପର୍ଟ ହବ କରାଯିବ ।  କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ବ୍ୟବସାୟୀଙ୍କୁ ଲାଭ ମିଳିବ । ୨୭ ହଜାର କୋଟି ଟଙ୍କାର ବ୍ୟୟ ବରାଦ

• ନୂଆ ଉଦ୍ୟୋଗୀଙ୍କ ସହାୟତା ପାଇଁ ନିର୍ଭୀକ ସ୍କିମ୍ ଆସିବ । ବଢିବ ଇନସ୍ୟୁରାନ୍ସ ଲିମିଟ୍

• ମୋବାଇଲ ଏବଂ ଇଲେକ୍ଟ୍ରୋନିକ ଉତ୍ପାଦନ ଉପରେ ଗୁରୁତ୍ୱ

• ଜାତୀୟ ପୁଲିସ୍ ବିଶ୍ୱବିଦ୍ୟାଳୟ ଏବଂ ଜାତୀୟ ନ୍ୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ

• ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ପ୍ରତି ଜିଲ୍ଲା ମେଡିକାଲରେ ଖୋଲାଯିବ ମେଡିକାଲ କଲେଜ

• ଆୟୁଷ୍ମାନ ଯୋଜନାରେ ୨୦ ହଜାର ମେଡିକାଲକୁ ସାମିଲ କରାଯିବ ।

• ୨୦୨୫ ସୁଦ୍ଧା ଟିବି ରୋଗର ଅନ୍ତ ଘଟିବ ।

• ୨୦୨୦-୨୧ରେ ସ୍ୱଚ୍ଛ ଭାରତ ମିଶନ ପାଇଁ ପାଖାପାଖି ୧୨,୩୦୦କୋଟି ଟଙ୍କାର ଆୟ ଅଟକଳ କରାଯାଇଛି । ଜଳ ଜୀବନ ମିଶନ ଯୋଜନା ପାଇଁ ୧୧,୫୦୦ କୋଟି ଟଙ୍କାର ଆବଂଟନ

• ୨୦୨୦-୨୧ ପାଇଁ ୧୫ ଲକ୍ଷ ଟଙ୍କାର କୃଷି ଋଣ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ କିଷାନର ସମସ୍ତ  ହିତାଧିକାରୀଙ୍କୁ କେସିସି ସ୍କିମରେ ସାମିଲ କରାଯିବ ।