କାଠୁଆ ଗଣଦୁଷ୍କର୍ମ ପରେ ଜାମ୍ମୁ-କାଶ୍ମୀର ରାଜନୀତିରେ ବଡ ଓଲଟପାଲଟ : ଉପମୁଖ୍ୟମନ୍ତ୍ରୀ ପଦରୁ ନିର୍ମଳ ସିଂହଙ୍କ ଇସ୍ତଫା, ଆଜି ମନ୍ତ୍ରୀମଣ୍ଡଳରେ ବଡ ଅଦଳବଦଳ

21

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ରାଜନୀତିରେ ହଲଚଲ । ଆଜି ହେବ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଗତକାଲି ବିଜେପି ନେତା ନିର୍ମଳ ସିଂ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜମ୍ମୁ କଶ୍ମୀର ରାଜନୀତିରେ ଏକ ବଡ ଧରଣର ପରିବତର୍ତ୍ତନ ହୋଇଛି । କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ନିର୍ମଳ ସିଂଙ୍କ ବ୍ୟତୀତ ବିଜେପିର ସମସ୍ତ ମନ୍ତ୍ରୀ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇ ସାରିଥିଲେ ।

ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଦଳର ବରିଷ୍ଠ ନେତା କବିନ୍ଦ୍ର ଗୁପ୍ତା ଆଜି ଶପଥ ନେବେ । ତେବେ ରାଜ୍ୟ କ୍ୟାବିନେଟରେ ଅନ୍ୟ କୈଣସି ପିଡିପି ନେତାଙ୍କୁ ସାମିଲ କରାଯିବ କି ନାହିଁ, ସେନେଇ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ବିଚାର କଲେ ଜମ୍ମୁ କଶ୍ମୀରରେ ବିଜେପି ଓ ପିଡିପି ମେଂଟ ଏକପ୍ରକାର ସଙ୍କଟ ଦେଇ ଗତି କରୁଥିବା କୁହାଯାଇପାରେ ।