ନରରାକ୍ଷସଙ୍କ ଫାଶୀ ତାରିଖ ଘୁଞ୍ଚିବା ପରେ କ୍ୟାମେରା ଆଗରେ କାନ୍ଦିଲେ ନିର୍ଭୟାଙ୍କ ମା’ । କହିଲେ, ‘ସୈତାନଙ୍କ ଫାଶୀ ଚାହୁଁନାହାନ୍ତି ସରକାର’ ।

1,169

କନକ ବ୍ୟୁରୋ : ‘ସୈତାନଙ୍କ ଫାଶୀ ଚାହୁଁନାହାନ୍ତି ସରକାର’ । ଏକଥା ଆମେ କହୁନୁ, ଏହି ସ୍ୱର ହେଉଛି ନ୍ୟାୟ ପାଇଁ ଦୀର୍ଘ ୭ ବର୍ଷ ଧରି ଅପେକ୍ଷା କରିଥିବା ଜଣେ ମା’ଙ୍କର । ତାରିଖ ପରେ ତାରିଖ ବଦଳୁଛି, ଏପଟେ ନ୍ୟାୟକୁ ଅପେକ୍ଷା କରି କରି ନିର୍ଭୟାଙ୍କ ମା’ଙ୍କ ଆଖିରୁ ଲୁହ ଶୁଖୁନି ।

ଆଜି ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ନରପିଶାଚଙ୍କ ଫାଶୀ ତାରିଖ ଘୁଞ୍ଚିବା ପରେ କୋହଭରା କଣ୍ଠରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’ । ଫାଶୀ ତାରିଖ ଘୁଞ୍ଚିବା ନେଇ ସେ ସରକାରଙ୍କୁ ଦୋଷ ଦେଇଛନ୍ତି । ଏପରିକି ସରକାର ଏହି ସୈତାନଙ୍କୁ ଫାଶୀ ଦେବାକୁ ଚାହୁଁନାହାନ୍ତି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି ।

ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ନିଷ୍ପତ୍ତି ପରେ କିଛି ଏହିଭଳି ପ୍ରତିକ୍ରିୟା ରଖିଥିଲେ ଆଶା ଦେବୀ । ସେ କହିଛନ୍ତି, ‘ସରକାର ଦୋଷୀ ମାନଙ୍କୁ ଫାଶୀ ଦେବାକୁ ପଡିବ । ଦୋଷୀଙ୍କ ଓକିଲ ଆମକୁ କୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତି । ଆଇନ୍ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । କୋର୍ଟଙ୍କ ଠାରୁ କିଛି ଚମତ୍କାର ହେବ ବୋଲି ଭାବିନଥିଲି ।’