ନିର୍ଭୟା ମାମଲାରେ ନିର୍ଲଜତାର ସୀମାପାର : ଆମକୁ ଫାଶୀ ଦେଲେ କ’ଣ ଦେଶରୁ ଦୁଷ୍କର୍ମ କମିଯିବ ବୋଲି ପ୍ରଶ୍ନ କଲା ଦୋଷୀ ବିନୟ ।

6,962

ଯଦି ଆମକୁ ଫାଶୀ ଦେଲେ ଦେଶରେ ଦୁଷ୍କର୍ମ କମିଯିବ ତେବେ ଆମକୁ ଫାଶୀଖୁଣ୍ଟରେ ଝୁଲାଇଦିଅ । କିନ୍ତୁ ଦେଶରୁ ଦୁଷ୍କର୍ମ କେବେ କମିବନି । ଏଭଳି କଥା ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଜଣେ ଜେଲ୍ ଅଧିକାରୀଙ୍କୁ କହିଛି । ଫାଶୀକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଫାଶୀ ପୂର୍ବରୁ ଜେଲ୍ ନମ୍ବର ୩ ରେ ଚାରି ଦୋଷୀଙ୍କୁ ସିଫ୍ଟ କରାଯାଇଛି । ବୁଧବାର ଫାଶୀ ପାଇଁ ସଫଳ ରିହରସଲ୍ କରାଯାଇଥିବା ସୂଚନା ମିଳିଛି । ଜେଲ୍ ଅଧିକାରୀଙ୍କ କହିବାନୁସାରେ , ୨୦ ମାର୍ଚ୍ଚ ସକାଳ ୫.୩୦ ରେ ଚାରି ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଭୋର ୩ ଟାରୁ ଉଠାଇ ଦିଆଯିବ । ଦୋଷୀଙ୍କୁ ସ୍ନାନ ଏବଂ ପ୍ରାତଃ ଜଳଖିଆ ପାଇଁ ପଚରାଯିବ । ଯଦି ଦୋଷୀ ଇଚ୍ଛା କରିବେ ତେବେ ନିତ୍ୟକର୍ମ ସାରି ଫାଶୀଖୁଣ୍ଟକୁ ଯିବେ ନଚେତ୍ ସେଭଳି କିଛି ନିୟମ ନାହିଁ ।

ଏପଟେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟକୁ ଏଯାଏଁ ପରିବାର ଲୋକ ଅନ୍ତିମ ସାକ୍ଷାତ କରିବାକୁ ଆସିନାହାନ୍ତି । ଗୁରୁବାର ୧୨ ଟା ପର୍ଯ୍ୟନ୍ତ ଯଦି ପରିବାର ସାକ୍ଷାତ କରିବାକୁ ଆସିବେ ତେବେ ହିଁ ଅନ୍ତିମ ସମୟ ପାଇଁ ସେ ଅକ୍ଷୟକୁ ସାକ୍ଷାତ କରିପାରିବେ । ୧୨ ଟା ପରେ ଦୋଷୀଙ୍କୁ କାହାରିକୁ ସାକ୍ଷାତ କରିବାକୁ ଦିଆଯିବ ନାହିଁ । ବୁଧବାର ମୁକେଶ ଏବଂ ବିନୟର ପରିବାର ଲୋକ ଦୁହିଁଙ୍କୁ ଦେଖା କରିବା ପାଇଁ ଜେଲ୍ ପରିସର ଆସିଥିଲେ । ମୁକେଶର ମା’ ଏବଂ ଭାଇ ଏବଂ ବିନୟର ମା’ବାପା ଦେଖା କରିବା ପାଇଁ ଆସିଥିଲେ ।