ପକ୍କା ହେଲା ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ: ପୁଣି ଜାରି ହେଲା ମୃତ୍ୟୁର ପରୱାନା; ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଏକକାଳୀନ ଫାଶୀ ଖୁଂଟରେ ଝୁଲିବେ ୪ ସୈତାନ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତାଜା ଡେଥ୍ ୱାରେଂଟ ଜାରି କଲେ ପଟିୟାଲା ହାଉସ କୋର୍ଟ

1,244

କନକ ବ୍ୟୁରୋ: ପକ୍କା ହେଲା ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ । ଜାରି ହେଲା ସାନି ଡେଥ୍ ୱାରେଂଟ୍ । ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ୪ ଜଣ ଯାକ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଆଜି ଡେଥ୍ ୱାରେଂଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ତେବେ ପୂର୍ବରୁ କୋର୍ଟ , ଦୁଇ ଦୁଇ ଥର ଡେଥ୍ ୱାରେଂଟ୍ ଜାରି କରିବା ପରେ ମଧ୍ୟ ଆଇନ୍ର ବିଭିନ୍ନ ଆଳ ଦେଖାଇ ଫାଶୀ ତାରିଖ ଟାଳିଦେବାରେ ସକ୍ଷମ ହୋଇଥିଲେ ଅଭିଯୁକ୍ତ । ତେଣୁ ଆସନ୍ତା ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ନା ନାହିଁ , ସେନେଇ ମଧ୍ୟ ଆଶଙ୍କା ରହିଛି ।

ନିର୍ଭୟା ଦୋଷୀଙ୍କ ପାଇଁ ପୁଣି ଥରେ ଇସ୍ୟୁ ହେଲା ମୃତ୍ୟୁର ପରୱାନା । ମାର୍ଚ୍ଚ ୩ ତାରିଖ ସକାଳ ୬ଟା ।ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା କାଣ୍ଡର ୪ ଅଭିଯୁକ୍ତ, ମୁକେଶ କୁମାର ସିଂହ, ପବନ ଗୁପ୍ତା, ବିନୟ କୁମାର ଶର୍ମା, ଏବଂ ଅକ୍ଷୟ କୁମାର । ଆସନ୍ତାମାସ ୩ ତାରିଖରେ ୪ ଅଭିଯୁକ୍ତଙ୍କୁ ଫାଶି ଖୁଂଟରେ ଝୁଲାଇ ଦିଆଯିବ । ମୃତ୍ୟୁର ଏହି ନୂଆ ପରଫ୍ୱାନା ଜାରି କରିଛନ୍ତି ପଟିଆଲା ହାଉସକୋର୍ଟ । ଏହି ମାମଲାରେ କୋର୍ଟଙ୍କର ଏହା ହେଉଛି ତୃତୀୟ ମୃତ୍ୟୁର ପରୱାନା । ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଧର୍ମେନ୍ଦ୍ର ରାଣା ପ୍ରଥମେ ରାୟକୁ ସଂରକ୍ଷିତ ରଖିଥିଲେ । ତେବେ ଅପରାହ୍ନରେ ଏକ ଧାଡିକିଆ ଜଜମେଂଟ ଶୁଣାଇଥିଲେ । ନିର୍ଭୟା ଦୋଷୀଙ୍କୁ ୭ ଦିନ ମଧ୍ୟରେ ସେମାନଙ୍କର ଆଇନଗତ ଆବେଦନ କରିବା ପାଇଁ କୋର୍ଟ ସମୟ ଦେଇଥିଲେ । ଏହାପରେ ନିର୍ଭୟାଙ୍କ ପରିବାରଲୋକେ ସାନି ମୃତ୍ୟୁର ପରୱାନା ଜାରି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଦେଇଛନ୍ତି ।

ତେବେ ପଟିଆଲ ହାଉସ କୋର୍ଟଙ୍କ ଏହି ରାୟରେ ଏତେ ଟା ଖୁସିବ୍ୟକ୍ତ କରିନାହାନ୍ତି ନିର୍ଭୟାଙ୍କ ମା ଆଶା ଦେବୀ । ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସଂଘର୍ଷ ଜାରି ରହିଛି । ତେବେ ଶେଷରେ ଦୋଷୀମାନଙ୍କୁ ମାର୍ଚ୍ଚ ୩ ତାରିଖରେ ଫାଶିଖୁଂଟରେ ଝୁଲାଇ ଦେବା ଖବର କିଛିଟା ଆଶ୍ୱସ୍ତି ଦେଇଛି ବୋଲି କହିଛନ୍ତି ନିର୍ଭୟାଙ୍କ ମା । ଆଜି ଶୁଣାଣି ସମୟରେ ତିହାର ଜେଲର ଲ ଅଫିସର କୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ରଖିଥିଲେ । ସରକାରୀ ଓକିଲ ରାଜୀବ ମୋହନ କହିଥିଲେ , ୪ ଦୋଷୀଙ୍କ ମଧ୍ୟରୁ ୩ଜଣଙ୍କର ଆଇନଗତ ଆବେଦନର ସମୟ ସୀମା ଶେଷ ହୋଇସାରିଛି । ଆଜିର ତାରିଖରେ କୋର୍ଟରେ ଆଉ କୌଣସି ଆବେଦନ ରହିନାହିଁ । ଅନ୍ୟତମ ଅଭିଯୁକ୍ତ ମୁକେଶ କୁମାର କୋର୍ଟରେ କାନ୍ଦି କହିଥିଲେ, ତାଙ୍କର ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଉ ।

ନିର୍ଭୟା କାଣ୍ଡର ୪ ଅଭିଯୁକ୍ତ, ମୁକେଶ କୁମାର ସିଂହ, ପବନ ଗୁପ୍ତା, ବିନୟ କୁମାର ଶର୍ମା, ଏବଂ ଅକ୍ଷୟ କୁମାରଙ୍କୁ ପ୍ରଥମେ ଜାନୁଆରୀ ୨୨ ତାରିଖରେ ତିହାର ଜେଲରେ ଫାଶି ଦେବା ପାଇଁ ସ୍ଥିର ହୋଇଥିଲା । ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବା ପାଇଁ କୋର୍ଟ ନିଷ୍ପତି ନେଇଥିଲେ । ତେବେ ପୁଣି ଏଥିରେ ପରବର୍ତନ ହୋଇ ଆସନ୍ତାମାସ ୩ ତାରିଖରେ ଫାଶୀ ଦେବା ପାଇଁ କୋର୍ଟ ତାଙ୍କ ରାୟରେ ଶୁଣାଣିଛନ୍ତି ।