ଫାଶୀ ଫାଶୀ କହି ଲଗାତାର ୩ ଥର ଫୁଶ୍ ହେଲାଣି ଫାଶୀ ତାରିଖ । ନିର୍ଭୟା ମାମଲାରେ ପୁଣି ଟଳିଛି ଫାଶୀ ତାରିଖ । ଟଳିଛି ୪ ଯୌନପିପାସୁଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ତାରିଖ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଏହାକୁ ଲଗାଇ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳିଦିଆଯାଇଛି । ଏପଟେ ଝିଅ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାରର ନ୍ୟାୟ ପାଇବା ପାଇଁ କୋର୍ଟକଚେରୀର ଚକ୍କର ଲଗାଉଛନ୍ତି ନିର୍ଭୟାଙ୍କ ମା’ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି , “ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି ଏତେ ସମୟ ନେଉଛନ୍ତି ? ଦୋଷୀମାନଙ୍କୁ କାହିଁକି ଫାଶୀ ଦିଆଯାଉ ନାହିଁ ? ଦୋଷୀମାନଙ୍କୁ ଫାଶୀ ଦେବାରେ ଲଗାତାର ବିଫଳ ହେଉଛି ଆମ ସିଷ୍ଟମ । କୋର୍ଟର ଏଭଳି ନିଷ୍ପତ୍ତି ଲୋକଙ୍କୁ ସନ୍ଦେଶ ଦେଉଛି ଯେ , ଦେଶର ନ୍ୟାୟ ବ୍ୟବସ୍ଥା ଅପରାଧୀଙ୍କୁ ସପୋର୍ଟ କରେ ।” ଝିଅର ନ୍ୟାୟ ପାଇଁ ହନ୍ତସନ୍ତ ହେଉଥିବା ଜଣେ ମା’ ସିଷ୍ଟମକୁ ଦୋଷୀମାନଙ୍କୁ ବଂଚାଇବା କଥା ମଧ୍ୟ କହିଥିଲେ ।
Asha Devi, mother of 2012 Delhi gang-rape victim: Why is the court taking so much time to execute its own order to hang the convicts? Repeated postponing of the execution shows the failure of our system. Our entire system supports criminals. pic.twitter.com/JFmU1qSU46
— ANI (@ANI) March 2, 2020
କିନ୍ତୁ ମାନିବାକୁ ପଡିବ ଆଶାଦେବୀଙ୍କୁ । କଷ୍ଟ , ଯନ୍ତ୍ରଣା ତାରିଖ ପରେ ତାରିଖ ପାଇ ବି ସେ ହାର୍ ମାନିନାହାନ୍ତି । ଝିଅର ନ୍ୟାୟ ପାଇଁ ଲଢେଇ ଜାରି ରଖି କହିଛନ୍ତି , ଦୋଷୀ ମୋତେ ଥକାଇବାକୁ ଚାହୁଁଛନ୍ତି କିନ୍ତୁ ମୁଁ ଆଦୌ ଥକିନାହିଁ । ମୁଁ ପ୍ରତିଦିନ ହାରେ କିନ୍ତୁ ପୁଣି ନିଜକୁ ସମ୍ଭାଳି ଉଠେ । ଯେଉଁ ପର୍ଯ୍ୟନ୍ତ ମୋ ଶେଷ ନିଶ୍ୱାସ ଚାଲିଥିବ ସେ ପର୍ଯ୍ୟନ୍ତ ମୁଁ ମୋ ଝିଅକୁ ନ୍ୟାୟ ଦେବାପାଇଁ ସଂଘର୍ଷ ଜାରି ରଖିବି । ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପରେ ହିଁ ମୁଁ ଶାନ୍ତିରେ ଶୋଇପାରିବି । ଏପଟେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ନିର୍ଭୟାଙ୍କ ପିତା ବଦ୍ରିନାଥ ସିଂହ କହିଛନ୍ତି , ଏହି ମାମଲାରେ ଜେଲ୍ ପ୍ରଶାସନର କିଛି ଅଭାବ ରହୁଛି ତେଣୁ ଦୋଷୀଙ୍କୁ ତାରିଖ ଉପରେ ତାରିଖ ମିଳୁଛି । ତେବେ ଆଗାମୀ ତାରିଖ ହିଁ ଦୋଷୀଙ୍କ ପାଇଁ ଅନ୍ତିମ ତାରିଖ ହେବ ବୋଲି ଦମ୍ପତି କହିଛନ୍ତି ।