ନିର୍ଭୟା ପାଇବେ ନ୍ୟାୟ ! ଖୁବଶୀଘ୍ର ଫାଶୀ ପାଇପାରନ୍ତି ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ । ଜହ୍ଲାଦ ଖୋଜୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ 

1,011

ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ ! ଖୁବଶୀଘ୍ର ଫାଶୀ ପାଇପାରନ୍ତି ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ । ସେଥିପାଇଁ ତିହାର ଜେଲର ପ୍ରଶାସନ ଜହ୍ଲାଦ ଖୋଜିବାରେ ଲାଗିପଡିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ତିହାର ଜେଲରେ କୌଣସି ଜହ୍ଲାଦ ନଥିବା କାରଣରୁ ଜେଲ ପ୍ରଶାସନ ଅନ୍ୟ ରାଜ୍ୟରୁ ଜହ୍ଲାଦ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ୟ ଦେଶର ରାଜ୍ୟଗୁଡିକ ସହିତ ଯୋଗାଯୋଗ କରୁଛନ୍ତି ତିହାର ଜେଲର ପ୍ରଶାସନ ।

 

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ସମସ୍ତ ୪ ଅଭିଯୁକ୍ତ ତିହାର ଜେଲରେ ଅଛନ୍ତି । ସୂଚନା ମୁତାବକ, ଉତ୍ତର ପ୍ରଦେଶର ଜିଲ୍ଲା ପ୍ରଶାସନଙ୍କ ସହିତ ଅନୌପଚାରିକ ଭାବେ କଥାବାର୍ତ୍ତା ଚାଲିଛି । ଶୁକ୍ରବାର ଦିନ ଏହି ଘଟଣାରେ ଜଡିତ ଥିବା ଜଣେ ଅଭିଯୁକ୍ତ ବିନୟ ଶର୍ମାଙ୍କ ଯାଚିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ । ଏହି ଅଭିଯୁକ୍ତ ଜଣଙ୍କ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଯାଚିକା ଦାୟର କରିଥିଲା । 

୧୬ ଡିସେମ୍ବର, ୨୦୧୨ରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଜେଲରେ ଥିବା ସମୟରେ ଆତ୍ମହତ୍ୟା କରିଥିଲା । ଜଣେ ଦୋଷୀ ନାବାଳକ ହୋଇଥିବାରୁ ତିନି ବର୍ଷ ପର୍ଯ୍ୟନ୍ତ ତାକୁ ସୁଧାର ଗୃହରେ ରଖିବା ପରେ ଛାଡି ଦିଆଯାଇଥିଲା । ସୁପ୍ରିମକୋର୍ଟ ୧୨ ଡିସେମ୍ବର ୨୦୧୮ ରେ ଜନହିତ ଯାଚିକା ଖାରଜ କରିଥିଲେ । ଯେଉଁଥିରେ କେନ୍ଦ୍ର ସରକାର ଘଟଣାର ଅଭିଯୁକ୍ତ ପବନ, ବିନୟ ଓ ଅକ୍ଷୟକୁ ଫାଶୀ ଦଣ୍ଡାଦେଶ ଶୁଣାଇବାକୁ ଅପିଲ କରିଥିଲେ । ପୂର୍ବରୁ ତିହାର ଜେଲରେ ଶେଷଥର ପାଇଁ ୧୩ ଫେବୃଆରୀ ୨୦୧୩ ରେ  ସଂସଦ ହମଲାରେ ଦୋଷୀ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା ।