ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତାକୁ ସୁପ୍ରିମକୋର୍ଟରୁ ଝଟକା : କ୍ୟୁରେଟିଭ୍ ପିଟିସନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

935

ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରୁ ଦୋଷୀ ପବନ ଗୁପ୍ତାକୁ ଝଟକା । ଫାଶୀର ଗୋଟିଏ ଦିନ ପୂର୍ବରୁ ପବନର କ୍ୟୁରେଟିଭ୍ ପିଟିସନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାଖଲ କରି ଘଟଣା ସମୟରେ ନାବାଳକ ଥିବାର ଦଲିଲ୍ ଦେଇଥିଲା ପବନ । ଯାହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ପୁଣିଥରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏଥିରେ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ  ଆବେଦନ କରିଥିଲା ଦୋଷୀ ପବନ ଗୁପ୍ତା । କିନ୍ତୁ ସୁପ୍ରିମକୋର୍ଟର ୬ ଜଣ ନ୍ୟାୟାଧିଶ ବିଚାର କରି ପବନ ଗୁପ୍ତାର ପିଟିସନକୁ ଖାରଜ କରିଛନ୍ତି ।

ଅନ୍ୟପଟେ ଫାଶୀର ଗୋଟିଏ ଦିନ ପୂର୍ବରୁ ଦୋଷୀ ମୁକେଶ ନୂଆ ଷଡ଼ଯନ୍ତ୍ର କରିଛି । ସୁପ୍ରିମକୋର୍ଟ ଯାଚିକା ଦାଖଲ କରି ମୁକେଶ କହିଛି ଯେ ଫାଶୀ ପୂର୍ବରୁ ତାକୁ ଯେକୌଣସି କୋର୍ଟରେ ଯାଚିକା ଦାଖଲ କରିବା ପାଇଁ ଅନୁମତି ଦିଆଯାଉ । ଘଟଣା ସମୟରେ ଦିଲ୍ଲୀରେ ନୁହଁ ରାଜସ୍ଥାନରେ ଥିବା କଥା କହି ମୁକେଶ ଆଇନ୍ ସହ ଛକାପଞ୍ଝା ଖେଳ ଖେଳୁଛି । ଯାଚିକାରେ ଡିଏନଏ ଏବଂ ଆଇରନ୍ ରଡ୍ କୁ ନେଇ ମୁକେଶ ପ୍ରଶ୍ନ ଉଠାଇ କହିଛି , ଏହି ମାମଲାର ଦସ୍ତାବିଜ୍ , ରେକର୍ଡ ଏବଂ ରିପୋର୍ଟ ସିବିଆଇ ଦ୍ୱାରା ଜାଞ୍ଚ୍ କରାଯାଉ ଏବଂ କୋର୍ଟରେ ଉପସ୍ଥାପିତ କରାଯାଉ ।