ସାରା ଦେଶକୁ ଥରାଇ ଦେଇଥିବା ନିର୍ଭୟା ଘଟଣା ଏକ ନୂଆ ମୋଡ ନେଇଛି । ତିହାଡ ଜେଲ ଓ ମଣ୍ଡଳି ଜେଲରେ ବନ୍ଦୀ ହୋଇରହିଥିବା ତିନି ଅପରାଧି ରାଷ୍ଟ୍ରପତିଙ୍କୁ ଦୟା ଯାଚିକା (ମରସି ପେଟିସନ୍ ) ପଠାଇବାକୁ ମନାକରିଦେଇଛନ୍ତି । ତେବେ ମରସି ପେଟିସନ୍ ଦେବାର ସମୟ ବର୍ତ୍ତମାନ ଶେଷ ହୋଇଯାଇଛି । ଏହି ପେଟିସନ ନଦେଇ ଅଦାଲତକୁ ଅର୍ଜି ଦେଇ ପ୍ରଶାସନ ଦୋଷୀଙ୍କର ଫାଶୀ ଦିନର ପ୍ରସ୍ତୁତି ବନ୍ଦ କରିଦେବେ ।
୨୦୧୨ ଡିସେମ୍ବର ୧୬ ତାରିଖରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ଦେଶ ଦୁନିଆରେ ଭୟ ସୃଷ୍ଟି କରିଦେଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ଗତ ସୋମବାର ସୁପ୍ରିମକୋର୍ଟରେ ହାଜିର ହୋଇନଥିଲେ । ରାଷ୍ଟ୍ରପତିଙ୍କୁ ନିଜ ଦୋଷ ନମାନିବାକୁ କେବେଠାରୁ ମନାକରିଦେଇଥିଲେ ଏବଂ ଜେଲରେ ବନ୍ଦ ରହିଥିବା ତିନି ଦୋଷୀ ସୋମବାର ଦିଲ୍ଲୀ ସରକାର ଓ ଜେଲ ପ୍ରଶାସନକୁ ନୋଟିସର ଜବାବ ଦାଖଲ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଅକ୍ଟୋବର ୨୯ ରେ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ ଜାରି କରିଥିଲେ । ସେହି ନୋଟିସରେ ମରସି ପେଟିସନ ପାଇଁ ୭ ଦିନର ସମୟ ଦିଆଯାଇଥିଲା ।
ଅଭିଯୁକ୍ତ ମୁକେଶର ଓକିଲଙ୍କୁ ଛାଡି ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଓକିଲ ତିହାଡି ଓ ମଣ୍ଡଳି ଜେଲରେ ହଠାତ୍ ପହଂଚିଥିଲେ । ସେଠାରେ ଜେଲ ଦ୍ୱାରା ପ୍ରକାଶିତ ହୋଇଥିବା ନୋଟିସର ଜବାବ ଦେଇଥିଲେ । ଓକିଲ ଅଜୟ ପ୍ରକାଶ ସିଂହ କହିଥିଲେ, ଆଇନ ସମସ୍ତଙ୍କ ପଇଁ ସମାନ । ଦୋଷୀଙ୍କୁ ଯେତେବେଳେ ଛୁଟି ମିଳିବା କଥା ସେହି ସମୟରେ ଦିଲ୍ଲୀ ସରକାର ଓ ରାଷ୍ଟ୍ରପତି ନୋଟିସ ଜାରି କଲେ ତାହସହ ମାତ୍ର ୭ ଦିନର ସମୟ ଦେବା ଏକ କୌତୁକତାର ବିଷୟ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/mcms.jpg)
/kanak/media/post_attachments/wp-content/uploads/2019/11/Nirbhaya-876-copy-300x200.jpg)
/kanak/media/post_attachments/wp-content/uploads/2019/11/rape-650-030515105452-1531127291-300x200.jpg)