ତୃତୀୟ ଥର ପାଇଁ ଟଳିଲା ଫାଶୀ । ସାଢେ ୧୨ ଘଂଟା ପୂର୍ବରୁ ରଦ୍ଦ ହେଲା ଡେଥ୍ ୱାରେଂଟ । ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ସୈତାନ

Advertisment
ମଝିରାତିରେ ଫାଶୀ ଶୁଣାଣି ! ଦୋଷୀଙ୍କ ଓକିଲଙ୍କ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହୋଇଥିଲା ଜରୁରି ଶୁଣାଣି, ଫାଶୀ ରୋକିବାକୁ ରୋକ ଠୋକ୍ ମନା କରିଦେଲେ ଉଭୟ କୋର୍ଟ ।

କନକ ବ୍ୟୁରୋ: ପୁଣି ଟଳିଲା ଫାଶୀ ତାରିଖ । ଆସନ୍ତା କାଲି ନିର୍ଭୟା ଦୋଷୀଙ୍କୁ ହେବ ନାହିଁ ଫାଶୀ । ପୁଣି ଥରେ ଟଳିଛି ୪ ଯୌନପିପାସୁଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ତାରିଖ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଛି ଦିଲ୍ଲୀ ପଟିଆଲ ହାଉସ କୋର୍ଟ  । ଯଦିଓ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ସେମାନଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଥିଲେ କିନ୍ତୁ ପବନର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସି ନଥିବାରୁ ରାୟ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପଟେ ଏହାକୁ ଲଗାଇ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳିଦିଆଯାଇଛି । ଆସନ୍ତା କାଲି ସକାଳ ୬ଟା ସୁଦ୍ଧା ୪ ଦୋଷୀଙ୍କୁ ଫାଶୀ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ସେପଟେ ଦୋଷୀ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନକୁ ଗ୍ରହଣ କଲେନି ରାଷ୍ଟ୍ରପତି । ସୁପ୍ରିମକୋର୍ଟରେ କ୍ୟୁରେଟିଭି ପିଟିସନ ଖାରଜ ପରେ ରାଜକ୍ଷମା ଆବେଦନ କରିଥିଲା ପବନ । ଆଜି ହିଁ ରାଜକ୍ଷମା ଆବେଦନ କରିଥିଲା ପବନ । ପୂର୍ବରୁ ଅନ୍ୟ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ଆସନ୍ତା କାଲି ୪ ଦୋଷୀଙ୍କୁ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ଡେଥ ୱାରେଂଟ ଜାରି କରାଯାଇଥିଲା । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଂଟରେ ଝୁଲିବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ କାଲି ୪ ସୈତାନଙ୍କ ଫାଶୀ ଉପରେ ରୋକ୍ ଲଗାଇଛନ୍ତି ପଟିଆଲା ହାଉସ କୋର୍ଟ ।

'ଆମ ବ୍ୟବସ୍ଥା ଅପରାଧୀଙ୍କୁ ସମର୍ଥନ କରେ'

କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି ଏତେ ସମୟ ନେଉଛନ୍ତି ବୋଲି  କହିଛନ୍ତି ନିର୍ଭୟାଙ୍କ ମାଆ । ଦୋଷୀମାନଙ୍କୁ କାହିଁକି ଫାଶୀ ଦିଆଯାଉ ନାହିଁ? ଅପରାଧୀଙ୍କ ଫାଶୀ ମଧ୍ୟ ତୃତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି। ଦୋଷୀମାନଙ୍କୁ ଫାଶୀ ଦେବାରେ ଲଗାତାର ବିଫଳତା ହେଉଛି ଆମର ସିଷ୍ଟମର ବିଫଳତା । ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅପରାଧୀଙ୍କୁ ସମର୍ଥନ କରେ ବୋଲି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe