ଆଜି ନିର୍ଭୟା ସୈତାନଙ୍କ ଶେଷ ରାତି ! ଫାଶୀ ତାରିଖ ଘୁଂଚାଇବାକୁ ମନା କଲେ ପଟିଆଲା ହାଉସ୍ କୋର୍ଟ । ଏପଟେ ଦୋଷୀ ପବନର ରାଜକ୍ଷମା ଆବେଦନକୁ ଗ୍ରହଣ କଲେନି ରାଷ୍ଟ୍ରପତି

767

କନକ ବ୍ୟୁରୋ: ଘୁଂଚିବନି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫାଶୀ ତାରିଖ ଘୁଚାଂଇବାକୁ ମନାକଲେ ପଟିଆଲା ହାଉସ କୋର୍ଟ । କାଲି ସକାଳ ୬ଟା ସୁଦ୍ଧା ୪ ଦୋଷୀଙ୍କୁ ଫାଶୀ ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ଦୋଷୀ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନକୁ ଗ୍ରହଣ କଲେନି ରାଷ୍ଟ୍ରପତି । ସୁପ୍ରିମକୋର୍ଟରେ କ୍ୟୁରେଟିଭି ପିଟିସନ ଖାରଜ ପରେ ରାଜକ୍ଷମା ଆବେଦନ କରିଥିଲା ପବନ ।

ଆଜି ହିଁ ରାଜକ୍ଷମା ଆବେଦନ କରିଥିଲା ପବନ । ପୂର୍ବରୁ ଅନ୍ୟ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ଆସନ୍ତା କାଲି ୪ ଦୋଷୀଙ୍କୁ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଂଟରେ ଝୁଲିବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଫାଶୀ ତାରିଖ ଘୁଚାଂଇବାକୁ ମନା କରିଛନ୍ତି ପଟିଆଲା ହାଉସ କୋର୍ଟ ।

୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁକେଶ , ପୱନ, ବିନୟ ଏବଂ ଅକ୍ଷୟ କୁମାର ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ। ୨୦୧୩ରେ ଏକ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା। ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହ‌ରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା।