ଆଉ ମାତ୍ର କେଇ ମିନିଟର ଅପେକ୍ଷା । ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ, ନିର୍ଭୟାକୁ ନ୍ୟାୟ ମିଳିବ । ସୈତାନଙ୍କୁ ମିଳିବ ସଜ୍ଜା, ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ନରହନ୍ତା ।

308

କନକ ବ୍ୟୁରୋ : ଅପେକ୍ଷାର ଅବସାନ । ନିର୍ଭୟା ଦୋଷୀଙ୍କୁ ଆଉ କିଛି ସମୟ ପରେ ମିଳିବ ଫାଶୀ । ଫାଶୀ ଖୁଣ୍ଟରେ ଝୁଲିବେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟ ଅପେକ୍ଷା କରିଛି ।

ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତ ଫାଶୀରେ ଝୁଲିବେ । ସେପଟେ ଫାଶୀ ପାଇଁ ତିହାର ଜେଲରେ ପ୍ରସ୍ତୁତି ସରିଛି । ତିହାର ଜେଲର ଅଧିକାରୀ ପ୍ରସ୍ତୁତ ଥିବା ବେଳେ ଫାଶୀ ଦେବାକୁ ଜହ୍ଲାଦ ପ୍ରସ୍ତୁତ ରହିଛି । ଫାଶୀ ଦେବାକୁ ମିରଟରୁ ଆସିଥିବା ୫୬ ବର୍ଷୀୟ ଜହ୍ଲାଦ ପବନ ପ୍ରସ୍ତୁତ ଅଛି । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିବାକୁ ଯାଉଛି । ନିର୍ଭୟାକାଣ୍ଡର ସ÷ତାନମାନେ ସାଢ଼େ ୫ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବେ ।