୭ ବର୍ଷ ୩ ମାସ ଅପେକ୍ଷାର ଅନ୍ତ ଘଟିଲା, ନିର୍ଭୟାକୁ ନ୍ୟାୟ ମିଳିଲା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରପିଶାଚ, ଦେଶ କହିଲା ଆଜି ନ୍ୟାୟର ସକାଳ ।

8,947

କନକ ବ୍ୟୁରୋ : ୭ ବର୍ଷ ୩ ମାସ ଅପେକ୍ଷାର ଅବସାନ । ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିବା ପରେ ଏହି ୪ ରାକ୍ଷସଙ୍କୁ ଆଜି ଫାଶୀଖୁଂଟରେ ଝୁଲାଇ ଦିଆଯାଇଛି ।

କେତେବେଳେ ଏହି ସୈତାନମାନଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ । ଆଜିର ସକାଳକୁ ସାରା ଦେଶ ବି ଅପେକ୍ଷା କରିଥିଲା । ଶେଷରେ ସକାଳ ୫ଟା ୩୦ ମିନିଟରେ ନିର୍ଭୟା ନରହନ୍ତାଙ୍କୁ ଦିଆଯାଇଛି ଫାଶୀ ।